କୁକୁରଙ୍କ ମୃତୁ୍ୟର କାରଣ ହୋଇପାରେ ଚକୋଲେଟ୍

କୁକୁରଙ୍କ ମୃତୁ୍ୟର କାରଣ ହୋଇପାରେ ଚକୋଲେଟ୍

କୁକୁରଙ୍କ ମୃତୁ୍ୟର କାରଣ ହୋଇପାରେ ଚକୋଲେଟ୍
କିଛି ବର୍ଷ ତଳେ କେବଳ ଇଉରୋପୀୟ ଓ ଆମେରିକୀୟ ରାଷ୍ଟ୍ରର ଲୋକେ କୁକୁର ପାଳିବାରେ ସଉକ ରଖୁଥିଲେ । ଏବେ ସେହି ତାଲିକାରେ ଭାରତୀୟମାନେ ମଧ୍ୟ ସାମିଲ ହୋଇଛନ୍ତି । କୁକୁର ପ୍ରେମୀମାନେ ସେମାନଙ୍କ ଲାଳନପାଳନରେ କୌଣସି ଅସୁବିଧା ରଖୁନାହାନ୍ତି । ତେବେ ଜାଣି ରଖନ୍ତୁ ନିଜର ଏହି ପ୍ରିୟ ପୋଷାକୁକୁରକୁ ଚକୋଲେଟ୍ ଠାରୁ ଯେପରି ହେଲେ ଦୂରେଇ ରଖିବେ । କାରଣ ଚକୋଲେଟରେ ଥିବା ଥିଓବ୍ରୋମାଇନ ତତ୍ତ୍ୱକୁ କୁକୁରମାନେ ସହଜରେ ହଜମ କରିପାରନ୍ତି ନାହିଁ, ଯାହା କାରଣରୁ ସେମାନେ ପ୍ରାଣ ହରାଇଥାନ୍ତି । ମନୁଷ୍ୟ ଚକୋଲେଟକୁ ଭଲ ଭାବେ ହଜମ କରିପାରେ । ତେବେ ଆମେ ଯାହା ଖାଇଛେ, ତାହା କୁକୁର ଖାଇବ, ଏଭଳି ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ । ଚକୋଲେଟ ଖାଇଲେ କୁକୁରଙ୍କ ହୃତସ୍ପନ୍ଦନର ବେଗ ବଢ଼ିଯିବା ସହ ହୃଦଘାତ ହେବାର ଆଶଙ୍କା ବଢ଼ିଯାଏ । ଡାର୍କ ଚକୋଲେଟ, ହ୍ୱାଇଟ ଚକୋଲେଟ କିମ୍ବା ଅନ୍ୟ କୌଣସି ପ୍ରକାରର ଚକୋଲେଟ ଏସବୁକୁ ନିଜ କୁକୁରକୁ ଆଦୌ ଦିଅନ୍ତୁ ନାହିଁ । କିଛି ବର୍ଷ ତଳେ ଆମେରିକାର ଏକ କମ୍ପାନୀ ପ୍ରଥମେ କୁକୁରଙ୍କ ନିମିତ୍ତ ବିଶେଷ ଚକୋଲେଟ୍ ପ୍ରସ୍ତୁତ କରିଥିଲା । ଆରମ୍ଭ ସମୟରେ ସେଇ ଚକୋଲେଟ୍ ଖୁବ୍ ବିକି୍ର ହେଲା । ପରେ କୁକୁରଙ୍କ ଅକାଳ ମୃତୁ୍ୟ ସଂଖ୍ୟା ବଢ଼ିବାରୁ ଏହା ଉପରେ ଗବେଷଣା କରାଯାଇ ତୁରନ୍ତ ସେଇ କମ୍ପାନୀକୁ ବନ୍ଦ କରାଯାଇଥିଲା ।