ଆଟଲାଣ୍ଟିକ ଡାଏଟ କ'ଣ ଜାଣନ୍ତୁ
ଉତ୍ତର ପର୍ତ୍ତୁଗାଲ ଏବଂ ଉତ୍ତର-ପଶ୍ଚିମ ସେନରେ ଶହଶହ ବର୍ଷ ଧରି ଆଟଲାଣ୍ଟିକ ଡାଏଟ ଅନୁସରଣ କରାଯାଇଆସୁଛି । ଏହି ଖାଦ୍ୟରେ ବିଭିନ୍ନ ପ୍ରକାର ଫଳ ଏବଂ ପନିପରିବା ସହ ଶସ୍ୟ, ବାଦାମ, ଲେମ୍ବୁ, ମାଛ, ସାମୁଦ୍ରିକ ଖାଦ୍ୟ, ଦୁଗ୍ଧଜାତ ଦ୍ରବ୍ୟ, ଅଲିଭ୍ ତେଲ ଆଦି ଅନ୍ତର୍ଭୁକ୍ତ । ଏହା ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ସହାୟକ ହୁଏ । ଚର୍ବି କମ ହେବା ସହ ଓଜନ ମଧ୍ୟ କମ ହୋଇଥାଏ ଓ ବାର୍ଦ୍ଧକ୍ୟଜନିତ ରୋଗ ହ୍ରାସ ହୋଇଥାଏ । କାର୍ଡିଓଭାସ୍କୁଲାର ସମସ୍ୟା ଦୂର ହେବା ସହ ଡିପ୍ରେସନରୁ ମୁକ୍ତି ଦେଇଥାଏ । ଅଧିକ ମାଛ, ଡାଲି, ଏବଂ ପନିପରିବା ଖାଇବା ଦ୍ୱାରା ସି-ରିଆକ୍ଟିଭ୍ ପ୍ରୋଟିନ୍ ସ୍ତର କମିଯାଏ, ଯାହା ସଂକ୍ରମଣକୁ ହ୍ରାସ କରିଥାଏ । ଏହି ଡାଏଟରେ ସି ଫୁଡ୍ ସାମିଲ ରହିଥାଏ । ଯାହା ହୃଦରୋଗ ସମସ୍ୟା ଦୂର ହୋଇଥାଏ । ଏହି ଡାଏଟ ଅନୁସରଣ କରିବା ଦ୍ୱାରା ବ୍ଲଡପ୍ରେସର ନିୟନ୍ତ୍ରଣରେ ରହିଥାଏ ।




admin 