୧୦୦୦ କିଲୋ ଗ୍ରାମର କଖାରୁ

୧୦୦୦ କିଲୋ ଗ୍ରାମର କଖାରୁ

ଗୋଟିଏ କଖାରୁ ଅତିବେଶୀରେ ହୁଏତ ୧୦ ରୁ ୨୦ କିଲୋଗ୍ରାମ ହୋଇଥିବ । କିନ୍ତୁ ଗୋଟେ କଖାରୁର ଓଜନ ୧୦୦୦ କିଲୋଗ୍ରାମରୁ ଅଧିକ ହୋଇପାରେ ଏକଥା ହୁଏତ ଆଶ୍ଚର୍ଯ୍ୟ କରିପାରେ । ତେବେ ୧,୨୪୬.୯ କିଲୋଗ୍ରାମର ଏକ କଖାରୁ ଉତ୍ପାଦନ ହୋଇଛି କାଲିଫର୍ଣ୍ଣିଆରେ । ଟ୍ରାଭିସ୍‌ ଜେଞ୍ଜର ନାମକ ଜଣେ ଚାଷୀ ତାଙ୍କ ଜମିରୁ ଏହି କଖାରୁଟିକୁ ଉତ୍ପାଦନ କରିଛନ୍ତି ଯାହା ଏବେ ବିଶ୍ୱର ସବୁଠୁ ଓଜନିଆ କଖାରୁ ମାନ୍ୟତା ପାଇଛି । ଗତବର୍ଷ ଅକ୍ଟୋବର ୯ ତାରିଖରେ ତାଙ୍କୁ ବଡ଼ କଖାରୁ ଏଥପାଇଁ ଗିନିଜ୍‌ ରେକର୍ଡରେ ସ୍ଥାନ ମିଳିଛି । ଏତେ ବଡ଼ କଖାରୁକୁ ଏକ କ୍ରେନ୍‌ ସାହାଯ୍ୟରେ ଉଠାଇ ପ୍ରଦର୍ଶନୀକୁ ନିଆ ଯାଇଥିଲା । ତେବେ ଏହି କଖାରୁକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଖାରୁର ରେକର୍ଡ ଥିଲା ଇଟାଲିର ଷ୍ଟେଫାନୋ ଚୁଟୁପିଙ୍କ ପାଖରେ ।