ଛୁଇଁଲେ ଦୋହଲିଯାଏ ବିଶାଳ ପଥର

ଛୁଇଁଲେ ଦୋହଲିଯାଏ ବିଶାଳ ପଥର

ଫ୍ରାନ୍ସର ହ୍ୟୁଏଲ ଗୋଟ ଜଙ୍ଗଲରେ ଗ୍ରାନାଇଟର ରହିଛି ଏକ ବିଶାଳକାୟ ପଥର । ଏହି ପଥରର ଓଜନ ହାତୀର ଓଜନଠାରୁ ମଧ୍ୟ ଅଧିକ । ତେବେ ଏହି ପଥରର ସ୍ୱତନ୍ତ୍ରତା ହେଉଛି ଏହାର ଅଧିକ ହେଲେ ଏ ପଥରଟିକୁ ଲୋକେ ସହଜରେ ହାତରେ ହଲାଇ ପାରନ୍ତି । ‘ଟ୍ରେମ୍ବେଲିଂ ଷ୍ଟୋନ୍‌' ନାମରେ ଜଣାଶୁଣା ଏହି ପଥରର ଓଜନ ମଣିଷଠାରୁ ଯଥେଷ୍ଟ ଅଧିକ । ଏଥିପାଇଁ କେବଳ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଛୁଇଁବାକୁ ପଡ଼ିଥାଏ । ଯଦିଓ ଲୋକେ ଏହାକୁ ଚମତ୍କାର ବୋଲି ଚିନ୍ତା କରିଥାନ୍ତି, ଏହା ବାସ୍ତବରେ ବିଜ୍ଞାନ ଉପରେ ଆଧାରିତ । ଏହି ପଥରର ଓଜନ ୧୩୨ ଟନ୍‌ । ତେବେ ଏହି ପଥରଟି ଅନ୍ୟ ଏକ ପଥର ଉପରେ ଏମିତି ଢଳି ରହିଛି ଯେ, ଏହାର ଏକ କୋଣ ଆଦୌ ସ୍ଥିର ନ ଥାଏ । ତେଣୁ ପଥରର ଗୋଟିଏ କୋଣକୁ ଛୁଇଁବା ମାତ୍ରେ, ପଥରଟି ଉପର ତଳ ଦୋହଲିଥାଏ ।