ସ୍ୱାସ୍ଥ୍ୟ ଉପକାରୀ ଦହି
ଆମ ସ୍ୱାସ୍ଥ୍ୟ ପାଇଁ ଦହି ଅତ୍ୟନ୍ତ ଉପକାରୀ । ଏହାକୁ ନିୟମିତ ଖାଇଲେ ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ । ଏଥିରେ କ୍ୟାଲ୍ସିୟମ୍ ଭରି ରହିଛି । ତେଣୁ ଅସ୍ଥି ଏବଂ ଆଣ୍ଠୁଗଣ୍ଠିକୁ ମଜଭୁତ କରିବାରେ ସାହାଯ୍ୟ କରେ । ଦାନ୍ତ ମଧ୍ୟ ଦୃଢ଼ ରହିଥାଏ । ଏହା ଚର୍ମ ଏବଂ କେଶକୁ ବଢ଼ିବାରେ ମଧ୍ୟ ସାହାଯ୍ୟ କରେ । ଏଥିରେ ଥିବା ଲାକ୍ଟିକ୍ ଏସିଡ୍ ଯୋଗୁ କ୍ଷତ ସ୍ଥାନରେ ନୂଆ ଚର୍ମ ଆପେ ସୃଷ୍ଟି ହୋଇଯାଏ ।
ଦୈନନ୍ଦିନ ଦହି ଖାଇଲେ ଖାଦ୍ୟ ଠିକ୍ ଭାବେ ହଜମ ହୋଇଥାଏ । ମେଦ ବହୁଳତା ବି କମାଇଥାଏ । ରକ୍ତରେ ଶର୍କରାର ପରିମାଣ ସନ୍ତୁଳିତ ରହେ । ହୃଦଜନିତ ସମସ୍ୟା ଏବଂ ଡାଇବେଟିସ୍ ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଦହି ବେଶ୍ ଉପକାରୀ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ।




admin 