ଦର୍ପଣ ଦୂର କରେ ଆର୍ଥିକ ସମସ୍ୟା

ଦର୍ପଣ ଦୂର କରେ ଆର୍ଥିକ ସମସ୍ୟା

ଦର୍ପଣ ଘରେ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିଥାଏ । ତେବେ ଭୁଲ୍‌ ଦିଗ କିମ୍ବା ଭୁଲ୍‌ ଆକୃତିର ଦର୍ପଣ ଅସୁବିଧାର କାରଣ ହୋଇପାରେ ।

ଯେଉଁମାନେ ଧାରକରଜ ମଧ୍ୟରେ ଛନ୍ଦି ହୋଇ ରହୁଛନ୍ତି, ସେମାନେ ଡାଇନିଂ ଟେବୁଲ୍‌ ସାମ୍ନାରେ ଦର୍ପଣ ଲଗାଇବା ଉଚିତ । ତେବେ ଦର୍ପଣକୁ ଏପରି ଲଗାଇବା ଉଚିତ ଯେଉଁଥିରେ ଡାଇନିଂ ଟେବୁଲ୍‌ ସଂପୂର୍ଣ୍ଣ ଭାବେ ଦେଖାଯାଉଥିବ । 

ବାସ୍ତୁ ଅନୁସାରେ ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଦର୍ପଣ ରଖିବା ଅନୁଚିତ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସମସ୍ୟା ବଢ଼ିଥାଏ ।

ଘରର ଉତ୍ତର-ପୂର୍ବ ଦିଗରେ ଥିବା କାନ୍ଥରେ ଦର୍ପଣ ଲଗାଇବା ଉଚିତ । ଯେଉଁମାନଙ୍କ ବ୍ୟବସାୟରେ କ୍ଷତି ହେଉଛି, ସେମାନେ ଏହି ଦିଗରେ ଦର୍ପଣ ଲଗାଇବା ଉଚିତ ।