ଉପକାରୀ ଉଷୁମ ପାଣି
ଉଷୁମ ପାଣିରେ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟପାଇଁ ହିତକର । ଆଜମା ରୋଗୀ ପ୍ରତିଦିନ ସକାଳୁ ଉଷୁମ ପାଣି ପିଇବା ନିହାତି ଆବଶ୍ୟକ । କାଶଜନିତ ସମସ୍ୟାକୁ ଅନେକାଂଶରେ ଏହା ଦୂର କରିଥାଏ । ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟା ସହ ଜଡିତ ତେବେ ନିୟମିତ ଉଷୁମ ପାଣି ପିଇଲେ ଏପରି ସମସ୍ୟା ସମାଧାନ ହୋଇଥାଏ । ନିୟମିତ ଉଷୁମ ପାଣି ପିଇଲେ କୋଲେଷ୍ଟ୍ରଲ ପରିମାଣ ସନ୍ତୁଳିତ ରହିଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ମେଦବହୁଳତା ଦୂର ହୋଇଥାଏ ।




admin 