ନିର୍ମାଲ୍ୟ ଓ କୈବଲ୍ୟ କ’ଣ ?
ଶ୍ରୀମନ୍ଦିର ବାହାର ବେଢ଼ା ପରିସରସ୍ଥ ଦକ୍ଷିଣ ପଶ୍ଚିମ କୋଣରେ ରହିଛି ପଂଚମୁଖୀ ହନୁମାନ ମନ୍ଦର । ଏହା ସମ୍ମୁଖରେ ‘ନିର୍ମାଲ୍ୟ ମଣ୍ଡପ’ ବା ‘ନିର୍ମାଲ୍ୟଖଳା’ ରହିଛି । ଏଠାରେ ଶ୍ରୀଜୀଉଙ୍କର ଅନ୍ନ ପ୍ରସାଦକୁ ଶୁଖାଇ ନିର୍ମାଲ୍ୟ କରି କନାମୁଣିରେ ସଂରକ୍ଷିତ ରଖାଯାଏ । ଶୁଷ୍କ ଅନ୍ନ ମହାପ୍ରସାଦ ନିର୍ମାଲ୍ୟ ନାମରେ ପରିଚିତ । ନିର୍ମାଲ୍ୟ ବର୍ଷ ବର୍ଷ ଧରି ରହିପାରେ । ଭକ୍ତମାନେ ନିତି ସ୍ନାନ ପରେ କିମ୍ବା ପର୍ବପର୍ବାଣୀମାନଙ୍କରେ ଏହାକୁ ସେବନ କରନ୍ତି । ମୃତ୍ୟୁକାଳୀନ ଜୀବକୁ ନିର୍ମାଲ୍ୟ ଜଳ ଦିଆଯାଇ ତାର ମୋକ୍ଷ କାମନା କରାଯାଏ । ସେହିପରି ମହାପ୍ରସାଦକୁ ଦୁଇ ଆଙ୍ଗୁଠିରେ ନେଇ ଜିହ୍ନାରେ ରଖିବାକୁ କୈବଲ୍ୟ ସେବନ କୁହାଯାଏ । କୈବଲ୍ୟ ଶବ୍ଦଟି ଜୈନ ଧର୍ମର ‘କେବଳି’ ଶବ୍ଦର ରୂପାନ୍ତରିତ ରୂପ । ବ୍ୟାସଦେବଙ୍କ ପ୍ରଣୀତ ସଂସ୍କୃତ ଭାଗବତରେ ସ୍ୱୟଂ ଭଗବାନଙ୍କୁ କୈବଲ୍ୟପତି ରୂପେ ବିବେଚନା କରାଯାଇଛି ।




admin 