ମହିଳାଙ୍କ ପାଇଁ ଉପକାରୀ ଆଲମଣ୍ଡ

ମହିଳାଙ୍କ ପାଇଁ ଉପକାରୀ ଆଲମଣ୍ଡ

ବାଦାମ ଖାଇବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ । ବାଦାମରେ ଭରପୂର ମାତ୍ରାର ପୋଷକ ତତ୍ୱ ରହିଛି । ଏହା କୋଲେଷ୍ଟରଲ ସ୍ତର କମ୍‌ କରିବା ସହ ହୃଦ୍‌ଜନିତ ସମସ୍ୟାକୁ କିଛି ମାତ୍ରାରେ କମାଇଥାଏ । ବାଦାମରେ ଥିବା ମ୍ୟାଗ୍ନେସିୟମ୍‌ ଶରୀରର ରକ୍ତଚାପକୁ ସନ୍ତୁଳିତ କରି ରଖିଥାଏ ।

ବାଦାମ କ୍ୟାଲସିୟମ୍‌ର ଏକ ଭଲ ଉତ୍ସ ହୋଇଥାଏ । ଏହା ଅସ୍ଥିକୁ ମଜଭୁତ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ମହିଳାମାନେ କ୍ୟାଲ୍‌ସିୟମ୍‌ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । 

ବାଦାମରେ କ୍ୟାଲୋରି ଭରପୂର ଥିବାରୁ ଓଜନକୁ ନିୟନ୍ତ୍ରିତ ରଖେ । ବାଦାମରେ ଥିବା ପ୍ରୋଟିନ୍‌ ଏବଂ ଫାଇବର ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ ।