ଅମାବାସ୍ୟାରେ ଏସବୁ ମନା
ପ୍ରତ୍ୟେକ ମାସର କୃଷ୍ଣ ପକ୍ଷର ଅନ୍ତିମ ତିଥିକୁ ଅମାବାସ୍ୟା କୁହାଯାଏ । ଏହିଦିନ ଚନ୍ଦ୍ର ଦୃଶ୍ୟମାନ ହୋଇ ନ’ଥାନ୍ତି । ତେଣୁ କିଛି କାମ କରିବା ଶାସ୍ତ୍ର ସମ୍ମତ ନୁହେଁ ।
ଅମାବାସ୍ୟାରେ ଆମିଷ ଓ ମଦ୍ୟପାନ କଲେ ଆର୍ଥିକ ସମସ୍ୟା ଦେଖାଦିଏ ।
ସେହିପରି ପିଆଜ, ରସୁଣ ଖାଇବା ମଧ୍ୟ ମନା । କେବଳ ଏତିକି ନୁହେଁ, ଏହିଦିନ କେଶ ତଥା ଦାଢ଼ି କାଟିବା ମଧ୍ୟ ମନା । ଏହି କାମ କରିବା ଦ୍ୱାରା ପିତୃପୁରୁଷ କ୍ରୋଧିତ ହୁଅନ୍ତି ।
ଏହାବାଦ୍ କେଶ ସଫା କରିବା ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ଧାର୍ମିକ ମାନ୍ୟତାନୁସାରେ, ଏହିଦିନ କଳି-ଝଗଡ଼ାରୁ ଦୂରେଇ ରହିବା ଆବଶ୍ୟକ ।
ସେହିପରି ଏହିଦିନ ଝାଡ଼ୁ କିଣିବା ମନା । ଏଭଳି କଲେ ଲକ୍ଷ୍ମୀ ମା' କ୍ରୋଧ ପ୍ରକଟ କରନ୍ତି ।
ମୁଣ୍ଡନ ଓ ଗୃହପ୍ରବେଶ ଭଳି ଶୁଭ କାମ କରିବାକୁ ମଧ୍ୟ ବାରଣ କରାଯାଇଛି ।




admin 