ଜାଣନ୍ତୁ, କଣ ଚାମଚ ମସାଜ୍

ଜାଣନ୍ତୁ, କଣ ଚାମଚ ମସାଜ୍

 ଚାମଚ ସାହାଯ୍ୟରେ ତ୍ୱଚାର ନିଆଯାଉଛି ତ୍ୱଚାର ଯତ୍ନ । ସ୍ପିନ୍‌ ମସାଜ୍‌ କରିବା ପାଇଁ ଆପଣ ଚାମଚର ବ୍ୟବହାର କରିପାରିବେ । ଚାମଚ ମସାଜ୍‌ କରିବା ଦ୍ୱାରା ଚର୍ମ କୁଞ୍ଚନ ତଥା ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ । ଚାମଚକୁ ଦିନସାରା ଫ୍ରିଜ୍‌ରେ ରଖନ୍ତୁ । ରାତ୍ରି ସମୟରେ ସେହି ଚାମଚକୁ ଫ୍ରିଜରୁ ବାହାର କରି ତ୍ୱଚାରେ ମସାଜ୍‌ କରନ୍ତୁ । ଏହା ଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଭଲ ହେବା ସହ ତ୍ୱଚାଜନିତ ବିଭିନ୍ନ ସମସ୍ୟା ଦୂର ହୋଇ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଏ । ପ୍ରଥମେ ମୁହଁକୁ ଫେସୱାସ୍‌ରେ ଭଲଭାବେ ସଫା କରନ୍ତୁ । ଏହା ପରେ ତ୍ୱଚାରେ ହାଲୁକା ନାଇଟ୍‌ କ୍ରିମ୍‌ ଲଗାନ୍ତୁ । ଏହାପରେ ଫ୍ରିଜ୍‌ରେ ରଖୁଥିବା ଚାମଚକୁ ନଡ଼ିଆ ତେଲରେ ବୁଡ଼ାଇ ଏହାର ପଛଭାଗରେ ମୁହଁକୁ ମସାଜ କରନ୍ତୁ । ଏହାଦ୍ୱାରା ତ୍ୱଚା କୋମଳ ରହେ । ଚାମଚର ପଛ ଭାଗକୁ ତ୍ୱଚାରେ ହାଲୁକା ଚାପ ଦେଇ ମସାଜ୍‌ କରନ୍ତୁ ।