ପୃଥିବୀ ପ୍ରସିଦ୍ଧ ବେନ୍ ଘଣ୍ଟା

ପୃଥିବୀ ପ୍ରସିଦ୍ଧ ବେନ୍ ଘଣ୍ଟା

ଲଣ୍ଡନରେ ଥିବା ପୃଥିବୀ ପ୍ରସିଦ୍ଧ ବିଗ୍‌ ବେନ୍‌ ଘଣ୍ଟା ବିଷୟରେ ଆପଣ ଶୁଣିଥିବେ ? ଏହି ଘଣ୍ଟା ବିଷୟରେ ରହିଛି ଅନେକ ରୋଚକ ତଥ୍ୟ । ଲଣ୍ଡନର ୱେଷ୍ଟମିନିଷ୍ଟର ପ୍ୟାଲେସ୍‌ର ଉତ୍ତର କୋଣରେ ରହିଛି ଦି କ୍ଲକ୍‌ ଟାୱାର, ଯାହାର ଚାରିପାଖରେ ରହିଛି ଚାରୋଟି ବୃହଦାକାର ଘଣ୍ଟା ; ଯାହାକି ବିଗ୍‌ ବେନ୍‌ ନାମରେ ପୃଥବୀ ପ୍ରସିଦ୍ଧ ।ଏଠାରେ ଥିବା ପ୍ରତିଟି ଘଣ୍ଟାର ମିନିଟ୍‌ କଣ୍ଟାର ଲମ୍ବ ୧୪ ଫୁଟ୍‌ ହୋଇଥିବା ବେଳେ ଏହାର ଓଜନ ପ୍ରାୟ ୧୩.୭ ଟନ୍‌ । ସେହିପରି ଘଣ୍ଟାର ଲମ୍ବ ୯ ଫୁଟ୍‌ । ୩୧୫ ମିଟର ଉଚ୍ଚତା ବିଶିଷ୍ଟ ଏହି ଟାୱାରର ନାମ ୨୦୧୨ରେ ପରିବର୍ତ୍ତନ କରାଯାଇ ଏଲିଜାବେଥ୍‌ ଟାୱାର ରଖାଯାଇଛି । ଏଠାରେ ଥିବା ପ୍ରତିଟି ଘଣ୍ଟାରେ ୩୨୪ ଖଣ୍ଡ ଲେଖାଏ କାଚ ଅର୍ଥାତ୍‌ ସମୁଦାୟ ୧୨୯୨ ଖଣ୍ଡ କାଚ ବ୍ୟବହାର କରାଯାଇଛି ।