ଗରମ ଦିନରେ ବ୍ୟବହାର କରନ୍ତୁ ଏୟାର କଣ୍ଡିସନର ଡ୍ରେସ

ଗରମ ଦିନରେ ବ୍ୟବହାର କରନ୍ତୁ ଏୟାର କଣ୍ଡିସନର ଡ୍ରେସ

ଗରମ ଦିନରେ ବ୍ୟବହାର କରନ୍ତୁ ଏୟାର କଣ୍ଡିସନର ଡ୍ରେସ
ଶୀତର ପ୍ରଭାବ ପରେ ଗରମର ଅନୁଭୂତି ମଧ୍ୟ ଆଉ କିଛି ମାସ ପରେ ଆରମ୍ଭ ହୋଇଯିବ । ପରିବର୍ତ୍ତିତ ବାୟୁମଣ୍ଡଳ କାରଣରୁ ହିଁ ଥଣ୍ଡା ଓ ଗରମ ଅସହ୍ୟ ଭାବେ ହେଉଥିବାର ଗବେଷକଙ୍କ ମତ । ବୈଜ୍ଞାନିକ ମଧ୍ୟ ଏ ସମସ୍ତ ପ୍ରକାର ସମସ୍ୟାର ସମାଧାନ କରିପାରୁଛନ୍ତି । ସାନଫ୍ରାନସିସକୋର ଗବେଷକ ଦଳ ଏକ ଉନ୍ନତମାନର ଯନ୍ତ୍ର ନିର୍ମାଣ କରିଛନ୍ତି, ଯାହାର ନାମ ‘ପର୍ସନାଲ ଏୟାର କଣ୍ଡିସନର’ ରଖାଯାଇଛି । ଗବେଷକମୁଖ୍ୟଙ୍କ ମତରେ ଏହା ଇଲେକ୍ଟୋ୍ରନିକ ସ୍କାର୍ଫ । ଗ୍ରୀଷ୍ମରେ ଆପଣ ଏହାକୁ ପିନ୍ଧିଲେ, ତାହା ଆପଣଙ୍କ ଶରୀରକୁ ଶୀତଳତା ପ୍ରଦାନ କରିବ । ଘର ବାହାରେ ତାପମାତ୍ରା ଯେତେ ଅଧିକ ହୋଇଥିଲେ ସୁଦ୍ଧା ତାହା ଆପଣଙ୍କୁ ପ୍ରଭାବିତ କରିବ ନାହିଁ । ସେହିପରି ଶୀତରେ ମଧ୍ୟ ତାହା ରୁମ୍-ହିଟର ସ୍କାର୍ଫ କରି କାମ କରିବ । ଅତିବେଶୀରେ ୨୪ ଘଣ୍ଟା ମଧ୍ୟରେ ଅଢେ଼ଇରୁ ତିନି ଘଣ୍ଟା ଏଇ ଯନ୍ତ୍ରକୁ ବ୍ୟବହାର କରିପାରିବେ । ଏହି ଏୟାର କଣ୍ଡିସନରର ମୂଲ୍ୟ ୧୫ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ଯନ୍ତ୍ରଟି ଇଉରୋପୀୟ ବଜାରରେ ଉପଲବ୍ଧ ହେବ ।