ମସ୍କରା ସବୁବେଳେ ଲଗାନ୍ତି କି?
ବାରମ୍ବାର ମସ୍କାରା ଲଗାଉଛନ୍ତି କି ?
ସାଧାରଣତଃ ଆଇଲାସେସ୍କୁ ଅଧିକ ଘନ ତଥା ଆକର୍ଷଣୀୟ ଲୁକ୍ ଦେବା ପାଇଁ ମହିଳାମାନେ ମସ୍କାରା ଲଗାଇଥାନ୍ତି । କିନ୍ତୁ, ଆଖିରେ ବାରମ୍ବାର ମସ୍କାରା ଲଗାଇବା ଦ୍ୱାରା ହୋଇପାରେ ଆଖିଜନିତ ସମସ୍ୟା । ଆଇଲାସେସ୍ରେ ଲଗାଇଥିବା ମସ୍କାରା ଆଖିରେ ପ୍ରବେଶ କରିବା ଦ୍ୱାରା ଆଖି ପୋଡ଼ିବା ସହ ପାଣି ବାହାରିଥାଏ । ଫଳରେ ଆଖ୍ ନାଲି ପଡ଼ିବା ସହ କୁଣ୍ଡାଇ ହୋଇଥାଏ । ସମସ୍ତଙ୍କ ପାଖେ ନୁହେଁ ବରଂ କେତେକ ମହିଳାଙ୍କ କ୍ଷେତ୍ରରେ ମସ୍କାରା ଲଗାଇବା ଦ୍ୱାରା ଏହି ସଂକ୍ରମଣ ହୋଇଥାଏ । ଏହାଦ୍ୱାରା ଆଖି ନାଲିପଡ଼ି ଛୋଟ ଛୋଟ ଦାଗ ଦେଖାଯାଏ ଓ ଏହାଦ୍ୱାରା ଅଧିକ ମାତ୍ରାରେ ଆଇଲାସେସ୍ ଝଡ଼ିଥାଏ । କାରଣ ମସ୍କାରା ଲଗାଇ ଛଡ଼ାଇବା ବେଳେ ଆଖିକୁ ଜୋରରେ ଘଷିବା ଦ୍ୱାରା ଏହା ଅଧିକ ମାତ୍ରାରେ ଛିଡି଼ ଯାଏ । ସେହିପରି ତିନି ଚାରି ପରସ୍ତ ମସ୍କାରା ଲଗାଇବା ଦ୍ୱାରା ଆଖି ଉପରେ ଏହାର ପ୍ରଭାବ ପଡ଼ିଥାଏ ।




admin 