ପ୍ରତିଦିନ ଅଯୋଧ୍ୟା ରାମ ମନ୍ଦିରକୁ ଆସୁଛନ୍ତି ମାଙ୍କଡ ରୂପେ ହନୁମାନ !
ଅଯୋଧ୍ୟାରେ ରାମଲଲ୍ଲାଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ପରେ ଏକ ଭିଡିଓ ଚର୍ଚ୍ଚାରେ ରହିଛି । ଏହି ଭିଡିଓରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ପ୍ରତିଦିନ ଏଠାକୁ ଏକ ମାଙ୍କଡ ଧାଇଁ ଆସୁଥିବା କୁହାଯାଉଛି । ଏହି ମାଙ୍କଡ ରାମମନ୍ଦିର ପରିସରରେ ବୁଲିବା ସହ ସେଠାକାର ଥାନା ଉପରେ ବସି ରହୁଥିବା ଦେଖୁଥିବା ମିଳୁଛି । ଏହାକୁ ନେଇ ଥାନା ଅଧିକାରୀ କହିଛନ୍ତି, ‘ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ଏକ ମାଙ୍କଡ ପ୍ରତିଦିନ ମୋ ପାଖକୁ ଆସୁଛି । ଏହି ମାଙ୍କଡକୁ ମୁଁ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ କେବେ ଦେଖି ନଥିଲି । ଏମିତି କି ପ୍ରାଣପ୍ରତିଷ୍ଠା ପରେ ଏକ ମାଙ୍କଡ ମନ୍ଦିରକୁ ଆସିଥିଲା । କିଛି ସମୟ ରାମଲଲ୍ଲାଙ୍କ ପାଦତଳେ ବସିବା ପରେ କେଉଁଆଡେ ଚାଲି ଯାଇଥିଲା ଯେ କେହି କିଛି ଜାଣି ପାରି ନଥିଲେ ।




admin 