ଜାଣନ୍ତୁ, ଇମୋଜିର ଇତିହାସ
ଜାପାନର ଜଣେ ମୋବାଇଲ କମ୍ପାନୀ କର୍ମଚାରୀ ଶିଗେଟାକା କୁରିଟାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ତାଙ୍କୁ ଇମୋଜିର ଜନକ ବୋଲି ମଧ୍ୟ କୁହାଯାଇଥାଏ ।
ସେ ଏହି ଶବ୍ଦଟି ଇ+ମୋଜି ଅର୍ଥାତ୍ ପିକ୍ଚର+କ୍ୟାରେକ୍ଟର ବା ଚିତ୍ର+ଚରିତ୍ରକୁ ନେଇ ଆରମ୍ଭ କରିଥିଲେ । ସେ ଖବରକାଗଜ ଏବଂ ଟେଲିଭିଜନରେ ପାଣିପାଗ ସୂଚନା ଲାଗି ଶବ୍ଦ ବଦଳରେ ଦିଆଯାଉଥିବା ସିମ୍ବଲଗୁଡିକୁ ଦେଖି ମଣିଷର ଭାବକୁ ଶବ୍ଦ ବଦଳରେ ଚିତ୍ର ମାଧ୍ୟମରେ ପ୍ରକାଶ କରିବାକୁ ଉଦ୍ୟମ କରିଥିଲେ ।
ଏଥିଲାଗି ସେ ନିଜର ଏକ ଟିମ୍ଙ୍କ ସହାୟତାରେ ପ୍ରଥମେ ୧୭୬ଟି ଇମୋଜି ପ୍ରସ୍ତୁତ କରିଥିଲେ । ପ୍ରଥମେ କେବଳ ମୁହଁରେ ବିଭିନ୍ନ ଭାବ ଥିବା ଚିତ୍ରକୁ ନିଆଯାଇଥିଲା । ଏହାବ୍ୟତୀତ ପୋଲିସ ଓ କନ୍ଷ୍ଟ୍ରକ୍ସନ କର୍ମଚାରୀମାନଙ୍କ ସିମ୍ବଲକୁ ପୁରୁଷ ଭାବେ ନେଇଥିବା ବେଳେ ମହିଳା ଅଧିକ ଶପିଂ ଏବଂ ବିୟୁଟିପାର୍ଲର ଯାଉଥିବାରୁ ସେମାନଙ୍କ ଚରିତ୍ରରେ କେଶ କାଟୁଥିବା କିମ୍ବା ମସାଜ ନେଉଥିବାର ଚିତ୍ର ଦିଆଯାଉଥିଲା ।




admin 