ଖଡିଆଳ ନିର୍ବାଚନ ମଣ୍ଡଳୀରେ ୩୦୨ ବୁଥ
ଖଡିଆଳ ନିର୍ବାଚନ ମଣ୍ଡଳୀରେ ୩୦୨ ବୁଥ
admin
Apr 11, 2019 - 06:13
Updated: Apr 11, 2019 - 06:13
ନୂଆପଡ଼ା : ଅଭିଭକ୍ତ କଳାହାଣ୍ଡି ଜିଲ୍ଲାର ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ଭାବରେ ଖଡିଆଳ ପରିଚିତ । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୬୧ ମସିହାରୁ ଆରମ୍ଭ ହୋଇଥିବାବେଳେ ୩ ଗୋଟି ବ୍ଲକ ଖଡିଆଳ, ବୋଡେନ, ସିନାପାଲି ଏବଂ ଗୋଟିଏ ବିଜ୍ଞାପିତ ଅଂଚଳ ପରିଷଦ ଖଡିଆଳକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀରେ ୩୦୨ ଗୋଟି ବୁଥ କରାଯାଇଥିବାବେଳେ ମୋଟ ୨,୧୭,୬୮୨ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରି ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇ ନିର୍ବାଚିତ କରିବେ । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୋରସୋରରେ ପ୍ରଚାର ହୋଇଥିବା ବେଳେ ବିଧାୟକ ପ୍ରାର୍ଥୀ ମାନେ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ବିଧାୟକ ପଦବୀ ସକାଶେ ଅଧିରାଜ ପାଣିଗ୍ରାହୀ, ରୀତାରାଣୀ ବଗର୍ତୀ, ଲମ୍ବୋଦର ନିଆଲ, ପୂର୍ଣ୍ଣଚନ୍ଦ୍ର ନେତାମ, ରଙ୍ଗାଧର ମାଝୀ, ସଞ୍ଜୟ କୁମାର ନାଏକ, ପ୍ରମୋଦ ଦଣ୍ଡସେନା, ବୁଧାରୁ ବିହାରୀ, ରାଧେଶ୍ୱର ସଗରୀଆ, ଭୁବନେଶ୍ୱର ମାଝୀ ପ୍ରମୁଖ ଆଶାୟୀ ରହିଛନ୍ତି । ଗୁରୁବାର ସକାଳ ୭ ଘଂଟାରୁ ଅରାରାହ୍ନ ୪ ଘଂଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବାବେଳେ ସମସ୍ତ ଭୋଟର ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ସାବ୍ୟସ୍ତ କରିବାର ଆବଶ୍ୟକତା ରହିଛ । ଆସନ୍ତା ୨୩ ତାରିଖ ଦିନ ବିଜୟୀ ବିଧାୟକଙ୍କ ନାମ ଜଣା ପଡିଯିବ ।