ଦୁର୍ଘଟଣା ନିତି ଦିନିଆ ଘଟଣା ପାଲଟିଛି, ପୋଲିସ, ପ୍ରଶାସନ ନାହିରେ ତେଲ ପକେଇ ଶୋଇଛି

ଦୁର୍ଘଟଣା ନିତି ଦିନିଆ ଘଟଣା ପାଲଟିଛି, ପୋଲିସ, ପ୍ରଶାସନ ନାହିରେ ତେଲ ପକେଇ ଶୋଇଛି

ପାରାଦୀପ ରାଜରାସ୍ତାରେ ସଡ଼କ ଦୁର୍ଘଟଣା ପାଲଟିଛି ନୀତିଦିନିଆଁ ଘଟଣା l ଗୋଟିଏ ସପ୍ତାହରେ ତିନି ତିନୋଟି ଦୁର୍ଘଟଣା ଘଟି କାହାର ଗୋଡ଼ କଟିଛି ତ କିଏ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛି lଆଉ କିଏ ପଙ୍ଗୁ ହୋଇ ନିଜ ପରିବାରର ବୋଝ ସାଜିଛି l ଯାହାର ପ୍ରମୁଖ କାରଣ ପାଲଟିଛି ପାରାଦୀପ ରାଜରାସ୍ତାରେ ବେପରୁଆ ଭାବରେ ଗାଡି ଚାଳନା l ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ତାରିଣିଗଡା ଅଞ୍ଚଳରେ l ଲୁନା ଯୋଗେ ନିଜର ଦୈନନ୍ଦିନ ରୋଜିରୋଟି ପାଇଁ ଝାଲମୁଢି ବେପାର କରିବାକୁ ଯାଉଥିବା ସମୟରେ ଏକ ଟ୍ରକ ଧକ୍କା ଦେଇଥିଲା l ଯାହା ଫଳରେ ଝାଲମୁଢି ବ୍ୟବସାୟୀ 60 ବର୍ଷର ବୃଦ୍ଧ ଭିମାନାସି ଗ୍ରାମର ହିମାଂଶୁ ମଣ୍ଡଳଙ୍କର ଗୋଡ଼ ଉପରେ ଗାଡି ଚଢ଼ିଯିବା ସହିତ ପେଟରେ ଗୁରୁତର ଆଘାତ ଲାଗିଛି l ସ୍ଥାନୀୟ ଲୋକ ହିମାଂଶୁକୁ ଉଦ୍ଧାର କରି କଟକ ନବା ବାଟରେ ତାଙ୍କର ମୃତ୍ୟୁ ଘଟିଛି l ଏହି ଖବର  ପାଇବା ପରେ ପରିବାର ଓ ପଡ଼ୋଶୀ ଇଫକୋ ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରି କରିଥିଲେ । ଘଟଣା ସ୍ଥଳରେ ପାରାଦିପ ପୋଲିସ୍ ପହଞ୍ଚି ବୁଝାସୁଝା କରିଥିଲେ ବି କ୍ଷତିପୁରଣ ଦାବିରେ ରାସ୍ତା ରୋକ କରିଥିଲେ ସଂପର୍କିୟ ତେବେ ପୋଲିସ ଓ ପ୍ରଶାସନ ପହଂଚି କ୍ଷତିପୁରଣ ପ୍ରଦାନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା  । ଗରିବ ଲୋକଟି ନିଜ ପରିବାର ମୁହଁରେ ଦୁଇଓଳି ଦାନା ଯୋଗାଇବାର ମାଧ୍ୟମ ପାଲଟିଥିବା ଲୁନାଟି ଭାଙ୍ଗିରୁଜି ଯିବା ସହିତ ପରିବାର ପ୍ରତିପୋଷଣର ଆୟୁଧ ପାଲଟିଥିବା ବ୍ୟକ୍ତିଟି  ଆଉ ନାହାନ୍ତି l ଯାହାକୁ ନେଇ ପରିବାର ଲୋକଙ୍କ ମୁଣ୍ଡ ଉପରେ ଚଡକ ପଡ଼ିଥିବା ଭଳି ସ୍ଥିତି ସୃଷ୍ଟି ହୋଇଛି l ପାରାଦୀପ ରାଜପଥରେ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷତି ଘଟୁଥିବା ବେଳେ ପ୍ରଶାସନ କେବଳ ଦେଖଣାହାରୀ ସାଜିଛି । ପାରାଦ୍ୱୀପୁରୁ ବିରଜା ପ୍ରସାଦ ସେଠୀଙ୍କ ରିପୋର୍ଟ ।