ରାଗି ଯାଇ ଶୋରୁମ୍ରେ ନିଆଁ ଲଗାଇଦେଲେ ଗ୍ରାହକ
ଦୁଇ ଚକିଆ ଇଲେକ୍ଟ୍ରିକ୍ ଗାଡି ଓଲା ସ୍କୁଟରର କ୍ରେଜ୍ ଦେଶରେ ସବୁଠାରୁ ଅଧିକ । ସେହି ଚହଳ ପକାଇଥିବା ଓଲା ସ୍କୁଟର ପୁଣି ଏବେ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ କିନ୍ତୁ ଅଲଗା । ତାହା ହେଉଛି ଓଲା ସ୍କୁଟର ଶୋରୁମରେ ନିଆଁ ଲଗାଇ ଦେଲେ ଜଣେ ଗ୍ରାହକ । ଯାହାର ଭିଜୁଆଲ୍ ଏବେ ଇଣ୍ଟରନେଟରେ ବମ୍ପର ଭାଇରାଲ୍ ହେବାରେ ଲାଗିଛି । ପୁରା ଶୋରୁମ୍ ଜଳି ପାଉଁଶ ହୋଇ ଯାଇଛି । କାରଣ ବି ଟିକେ ଚର୍ଚ୍ଚିତ । ଜଣେ ଓଲା ସ୍କୁଟର ଗ୍ରାହକ ଫ୍ରସ୍ଟଟେସନ୍ରେ ଆସି ଶୋରୁମ୍ ରେ ନିଆଁ ଲଗାଇ ଦେଇଛି । ଗ୍ରାହକ ଜଣକ କିଣି ଥିବା ଓଲା ଗାଡି ବାରମ୍ବାର ଖରାପ ହେବାରୁ, ସେ ସର୍ଭିସ୍ ପାଇଁ ଦେଇଥିଲେ । ହେଲେ ଶୋରୁମ୍ ବାଲା ଏହାର ସମାଧାନ କରିଲା ନାହିଁ । ତେଣୁ ଗ୍ରାହକ ଜଣକ ଏପରି କରିଛନ୍ତି ।
କଣ୍ଣର୍କାଟକ ପୋଲିସର ସୂଚନା ଅନୁସାରେ ଘଟଣାଟି ଘଟିଛି କଲ୍ବୁର୍ଗ ଅଂଚଳରେ ଥିବା ବାଲାଜୀ ଓଲା ଶୋରୁମରେ । ମହମ୍ମଦ ନଦୀମ୍ ନାମକ ଜଣେ ଗ୍ରାହକ ସେପ୍ଟମ୍ବର ୧୦ ତାରିଖରେ ଲକ୍ଷେ ୪୦ ହଜାର ଟଙ୍କା ଦେଇ ଓଲା ସ୍କୁଟର କିଣିଥିଲେ । କିଣିବାର ମାତ୍ର ୨ ଦିନ ପରେ ଗାଡିଟି ଖରାପ ହୋଇ ଯାଇଥିଲା । ଏହାର ମରାମତି ପାଇଁ ସେ ଶୋରୁମ କଷ୍ଟମର୍ ସର୍ଭିସ ସହ ଯୋଗାଯୋଗ କରିଥିଲେ । ହେଲେ ଶୋରୁମ୍ ପ କ୍ଷରୁ ତାଙ୍କୁ ଆଜିକାଲି କହି ବାରମ୍ବାର ଦଉଡା ଯାଇଥିଲା । ଫଳରେ ସେ ନୂଆ ଗାଡି କିଣି ଚଲାଇ ପାରି ନ ଥିଲେ । ଏଥିରେ ଅତିଷ୍ଠ ହୋଇ ସେ ଶୋରୁମ୍ ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଦମକଳ ପହଂଚିବା ବେଳକୁ ପୁରା ସୋରୁମ ଜଳି ଯାଇଥିଲା । ଏଥିରେ ୬ଟି ସ୍କୁଟର ଓ ଅନେକ କମ୍ପୁଟର୍ ନିଆଁ ଲାଗି ପାଉଁଶ ହୋଇ ଯାଇଥିଲା । ପୋଲିସ୍ ଉକ୍ତ ଯୁବକଙ୍କୁ ଗିରଫ କରିଛି ।
ତେବେ ଓଲାର ସିଇଓ ଭବିଶ ଅଗ୍ରୱାଲ୍ ଗ୍ରାହକଙ୍କ ସମସ୍ୟାକୁ ସମାଧାନ ନ କରି ଓ ପ୍ରାଥମିକତାକୁ ଗୁରୁତ୍ୱ ନ ଦେଇ ସୋସିଆଲ ମିଡିଆରେ ଅଭିଯୁକ୍ତ ଗ୍ରାହକଙ୍କୁ ରୋଷ୍ଟ୍ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅନେକ ଭବିଶଙ୍କୁ ଟ୍ରୋଲ କରିଛନ୍ତି ।




