ବେଆଇନ୍‌ କଫ୍‌ ସିରପ ବିକ୍ରି କରି ବନ୍ଧା ହେଲେ ମହିଳା  

ବେଆଇନ୍‌ କଫ୍‌ ସିରପ ବିକ୍ରି କରି ବନ୍ଧା ହେଲେ ମହିଳା  


ଭୁବନେଶ୍ୱର : ବେଆଇନ୍‌ ଭାବରେ ନିଜ ଘରେ ମହିଳା କଫ ସିରଫ ବେପାରୁ କରୁ୍‌ଥିଲେ ।  ଏନେଇ ଅଭିଯୋଗ ହେବା ପରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଝାଙ୍କରପଡ଼ାର କୁନ୍ତୀ ନାଗ ନାମ୍ନୀ ମହିଳା କଫ ସିରପ ବ୍ୟବସାୟୀଙ୍କୁ ପୁଲିସ୍‌ ବାନ୍ଧିଛି  ।  ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

ସୂଚନା ଅନୁସାରେ ଦୀର୍ଘ ଦିନ ହେଲା କଣ୍ଟାବାଞ୍ଜି ଏନଏସିସ୍ଥିତ ଝାଙ୍କରପଡ଼ାର କୁନ୍ତୀ ନାଗ ନିଜ ଘରେ କଫ ସିରପ୍‌ ବିକ୍ରି କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୁଲିସ ତାଙ୍କ ଘରେ ଚଢାଉ କରିଥିଲା । କୁନ୍ତୀଙ୍କ ଘରୁ ୧୩୦ଟି କଫ ସିରପ ବୋତଲ ଜବତ କରାଯାଇଥିଲା । ଏହାପରେ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯିବା ପରେ ସେ କଫ ସିରପ ବିକ୍ରି କରୁଥିବା ସ୍ୱୀକାର କରିଥିଲେ । ଏହହାପରେ କୁନ୍ତୀଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ପୁଅ ବି ଏଥିରେ ସାମିଲ ଥିବା ଜଣାଯାଇଛି । କିନ୍ତୁ ତାଙ୍କ ପୁଅଙ୍କୁ ଗିରଫ କରାଯାଇ ନାହିଁ ।  

ଅନେକ ବର୍ଷ ହେଲା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବେଆଇନ ଭାବରେ କଫ ସିରପ ବିକ୍ରି ଚାଲିଛି । ଜଣେ ମହିଳା ବ୍ୟବସାୟୀ ଦୀର୍ଘ ବର୍ଷ ହେଲା ଏହି ବ୍ୟବସାୟ ଚଳାଇଥିବା ବେଳେ ପୁଲିସ୍‌ କିପରି ଜାଣି ପାରୁ ନ ଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ପୁଲିସ୍‌ ତଦନ୍ତ ଜାରି ରଖିଛି । ଏବାବଦରେ ପୋଲସି ପକ୍ଷରୁ କିଛି ସୂନା ମିଳିପାରି ନାହିଁ ।