ଏଆଇ ପ୍ରବନ୍ଧକଙ୍କ ଦରମା ୭.୫ କୋଟି

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦକ୍ଷତା ଥିବା କର୍ମଚାରୀଙ୍କ ପାଇଁ ମୋଟା ଅଙ୍କର ଦରମା ପାଇବା ସୁଯୋଗ ରହିଛି। ବିଶ୍ବର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ନେଟ୍ଫ୍ଲିକ୍ସରେ ଏଆଇ ପ୍ରଡକ୍ଟ ମ୍ୟାନେଜର ପଦ ସୃଷ୍ଟି ହୋଇଛି। ସେଥିପାଇଁ ବାର୍ଷିକ ଦରମା ପ୍ରାୟ ସାଢ଼େ ସାତ କୋଟି ଟଙ୍କା ରହିଛି।କଂପାନିର ମେସିନ ଲର୍ଣ୍ଣିଂ ବିଭାଗରେ ଏହି ପଦ ସୃଷ୍ଟି ହୋଇଛି।
ଯେକୌଣସି ସ୍ଥାନରେ ରହି ଲୋକମାନେ ଏହି ପଦରେ କାମ କରିପାରିବେ। ଏହି ପଦରେ କାର୍ଯ୍ୟ କରିବା ଲାଗି ବାର୍ଷିକ ବେତନ ୩-୯ ଲକ୍ଷ ଡଲାର ମଧ୍ୟରେ ରହିବ। ସେହିପରି, ଜେନେରେଟିଭ୍ ଏଆଇ ଉପରେ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ଟେକ୍ନିକାଲ୍ ଡାଇରେକ୍ଟର ପଦରେ ନେଟ୍ଫ୍ଲିକ୍ସ ନିଯୁକ୍ତ କରିବାକୁ ଚାହୁଛି। ସେହି ପଦ ପାଇଁ ବାର୍ଷିକ ଦରମା ୪,୫୦,୦୦୦-୬,୫୦,୦୦୦ ଡଲାର ରହିଛି।