ଟ୍ରକ୍ ଧକ୍କା ଦେଲା ଆମ୍ବୁଲାନ୍ସକୁ : ଅଳ୍ପକେ ବର୍ତ୍ତିଲେ ରୋଗୀ

ସୋର: ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ରୋଗୀ ଆମ୍ବୁଲାନ୍ସ କର୍ମଚାରୀ। ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବେଗୁନିଆ ଛକ ନିକଟରେ ଆଜି ଏକ ୧୦୮ ଆମ୍ବୁଲାନ୍ସ ଗୋପାଳପୁର ମେଡିକାଲରୁ ରୋଗୀକୁ ନେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଭିମୁଖେ ଯାଉଥିବା ବେଳେ ବେଗୁନିଆଠାରେ ଦ୍ରୁତଗାମୀ ଟ୍ରକ୍ ଆସି ଆମ୍ବୁଲାନ୍ସର ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଆମ୍ବୁଲାନ୍ସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।