ମିଳିଲା ୩୨ ଅଫିସରଙ୍କୁ ନୂଆ ନିଯୁକ୍ତି, ଜାଣନ୍ତୁ କେଉଁ ବିଭାଗରେ ?

ମିଳିଲା ୩୨ ଅଫିସରଙ୍କୁ ନୂଆ ନିଯୁକ୍ତି, ଜାଣନ୍ତୁ କେଉଁ ବିଭାଗରେ ?

ଭୁବନେଶ୍ୱର: ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗରେ ୩୨ ଅଫିସରଙ୍କୁ ନିଯୁକ୍ତି ମିଳିଛି। ୫ଟି ଫ୍ରେମଓ୍ବାର୍କରେ ନିଷ୍ଠାପର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିପ୍ସ ଦେଇଛନ୍ତି। ସରକାରଙ୍କ ଯୋଜନା ଗୁଡିକ କାର୍ୟ୍ୟକାରୀ କରିବା ସହ ଏହି କ୍ଷେତ୍ରର ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଯୁକ୍ତି ପାଇଥିବା ୩୨ ଜଣଙ୍କ ମଧ୍ୟରେ ୨୬ ଜଣ ଇନ୍ସପେକ୍ଟର ଓ ୬ ଜଣ ଅଡିଟର ଭାବେ ଯୋଗ ଦେଇଛନ୍ତି । ରାଜ୍ୟରେ ବୁଣାକାରଙ୍କ ମଙ୍ଗଳ ପାଇଁ ନୂଆ ନିଯୁକ୍ତି ପାଇଥିବା କର୍ମଚାରୀ ଓ ଅଧିକାରୀମାନେ କାମ କରିବେ ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ହସ୍ତତନ୍ତ ଓ ବୟନଶିଳ୍ପ ଗ୍ରାମାଞ୍ଚଳରେ ରୋଜଗାର ଦେବାରେ ବଡ଼ ମାଧ୍ୟମ ସାଜିଛି। ସେମାନଙ୍କ ଅର୍ଥନୈତିକ ବିକାଶରେ ବଡ଼ ଭୂମିକା ରହିଛି । ସେମାନଙ୍କ ରୋଜଗାର ଓ ମୁହଁରେ ହସ ଫୁଟାଇବା ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି କ୍ଷେତ୍ରରେ ରାଜ୍ୟ ସରକାର ଅନେକ ଯୋଜନା ସହ ଭିନ୍ନ ପଦକ୍ଷେପ ନେଇଛନ୍ତି । ତାହା ଯେମିତି ତୃଣମୂଳ ସ୍ତରରେ ପହଞ୍ଚିବ, ତା’ର ତଦାରଖ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।