ସ୍ୱାସ୍ଥ୍ୟ ବିଭାଗର ବଡ଼ ନିର୍ଦ୍ଦେଶ: ସବୁ ଡ଼ାକ୍ତରଖାନାରେ ବାୟୋମେଟ୍ରିକ

ସ୍ୱାସ୍ଥ୍ୟ ବିଭାଗର ବଡ଼ ନିର୍ଦ୍ଦେଶ: ସବୁ ଡ଼ାକ୍ତରଖାନାରେ ବାୟୋମେଟ୍ରିକ

ଭୁବନେଶ୍ୱର: ମେଡିକାଲ କଲେଜ ଓ ହସ୍ପିଟାଲଠାରୁ ଆରମ୍ଭ କରି ସିଏଚସି, ପିଏଚସି ପର୍ୟ୍ୟନ୍ତ ସବୁ ଡାକ୍ତରଖାନାରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କାର୍ୟ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେଉଛି ସ୍ୱାସ୍ଥ୍ୟ ବିଭାଗ ।

ଡାକ୍ତରଖାନାରେ ୨୪ ଘଣ୍ଟିଆ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥାନ ସୁନିଶ୍ଚିତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ୟ୍ୟାୟରେ ସମସ୍ତ ସରକାରୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋମେଟ୍ରିକ୍ ମେସିନ୍ ଲଗାଯିବା ଆରମ୍ଭ ହୋଇସାରିଛି। ଏହାଦ୍ୱାରା ଜାତୀୟ ମେଡିକାଲ କାଉନସିଲର ନିୟମ ପୂରଣ ହେବା ସହ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ସମାୟାନୁବର୍ତ୍ତିତା ଜାଗ୍ରତ ହେବ । ରୋଗୀଙ୍କୁ ଉନ୍ନତମାନର ଚିକିତ୍ସାସେବା ମିଳିପାରିବ। ଭୁବନେଶ୍ୱର ସ୍ଥିତ ଚଏଓଗଋଜ ମେଡିକାଲ କଲେଜରେ ଏହି ବ୍ୟବସ୍ଥା କଡାକଡି ଲାଗୁ ହୋଇସାରିଛି।

ପ୍ରତି ମାସରେ ସମ୍ପୃକ୍ତ ଡାକ୍ତରଖାନାର ମୁଖ୍ୟ ସମସ୍ତ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ଯାଞ୍ଚ କରିବେ । ଯଦି କେହି ବିନା ଅନୁମତିରେ ଏକାଧିକ ଥର କାର୍ୟ୍ୟରେ ଅନୁପସ୍ଥିତ ଥିବା ଜଣାପଡ଼େ ତା ହେଲେ ସେମାନଙ୍କୁ ଚେତାବନୀ ଦିଆଯିବ କିମ୍ବା ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ହେବ । ବାରମ୍ବାର ନିୟମ ଭାଙ୍ଗୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ । ଖୁବଶୀଘ୍ର ଏହି ବ୍ୟବସ୍ଥା କ୍ୟାପିଟାଲ ହସ୍ପିଟାଲରେ ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ସେପଟେ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ ।