ଦାନ୍ତ ପ୍ରତି ସଚେତନ ରୁହନ୍ତୁ
ଦାନ୍ତ ପ୍ରତି ସଚେତନ ରୁହନ୍ତୁ
ଭୁବନେଶ୍ୱର: ବର୍ଷାଦିନ ଆସିଲେ ବର୍ଷାରେ ଭିଜିବା ଦ୍ୱାରା ସାଧାରଣତଃ ଥଣ୍ଡା ହେତୁ ଦାନ୍ତ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଆପଣଙ୍କର ଏସିରେ ବସିବାର ଅଭ୍ୟାସ ଅଛି ଏସିରୁ ବାହାରକୁ ସଙ୍ଗେ ସଙ୍ଗେ ବାହାରଲେ ପେଟ ଗରମ ହୋଇଯାଏ ଯାହା ଦାନ୍ତକୁ ଦୁର୍ବଳ କରିବାର ମୁଖ୍ୟ କାରଣ ସାଜିଥାଏ । ଆଧୁନିକ ଜୀବନଶୈଳୀ ଲାଗି ଅନେକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ । ଉଚିତ ସମୟରେ ଖାଦ୍ୟ ନଖାଇବା ତନ୍ମଧ୍ୟରୁ ଗୋଟିଏ । ଯଦ୍ୱାରା ଦାନ୍ତରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ କେବଳ ଖଟା ଓ ମିଠା ଦାନ୍ତକୁ ଖରାପ କରେ ତାହାନୁହେଁ ଅନେକ କିଛି ଜିନିଷ ଅଛି ଯାହା ଦାନ୍ତକୁ ଦୁର୍ବଳ କରିଥାଏ ।
ତେବେ ଜାଣନ୍ତୁ ସେ ସମମ୍ପର୍କରେ...
- ଅନେକ ଲୋକ ଶୋଇବା ସମୟରେ ବା କିଛି ଖାଦ୍ୟ ଖାଇସାରିବା ପରେ ଦାନ୍ତରେ କାଠି କିମ୍ବା ଛୁଞ୍ଚି ପୁରାଇ ସଫା କରିଥାନ୍ତି । ଯାହା ଦାନ୍ତକୁ ଦୁର୍ବଳ କରିଥାଏ ।
- ସବୁ ସମୟରେ ପାଟି ଧୋଇବା ଦାନ୍ତ ଉପରେ ପ୍ରଭାବ ପକାଇଥାଏ । ଏହା କରିବା ଫଳରେ ଦାନ୍ତ ସଫା ହୋଇଥାଏ । ମାତ୍ର କମ୍ ଦିନରେ ଦୁର୍ବଳ ହୋଇଯାଏ ।
- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ବ୍ୟାୟାମ ଦାନ୍ତକୁ ଦୁର୍ବଳ କରିପାରେ । ତୁମର ବ୍ୟାୟାମ କାର୍ଯ୍ୟସୂଚୀ ଯେତେ ଅଧିକ ହେବ, ସେତେ ଅଧିକ ଦାନ୍ତ ହଲିଥାଏ । କୁହାଯାଏ ବ୍ୟାୟାମ ସମୟରେ ପାଟିରେ ଥିବା ଲାଳ କମ ହୋଇଯାଏ, ଯାହା ଦାନ୍ତକୁ ପ୍ରଭାବିତ କରିଥାଏ ।




admin 