ଆଜି ଭିଟାମିନ ସି ଦିବସ

ଆଜି ଭିଟାମିନ ସି ଦିବସ

ଆଜି ‘ଭିଟାମିନ ସି ଦିବସ’ । ଏହି ଉପକାରୀ ଭିଟାମିନ ଏକାଧିକ ପନିପରିବା ଓ ଫଳମୂଳରୁ ପ୍ରାକୃତିକ ଭାବେ ମିଳିଥାଏ । ଊନବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ଏହା ବାବଦରେ ବିଶେଷ କିଛି ଜଣା ନଥିଲା । ଏହାର ଅଭାବ ସ୍କର୍ଭି ଭଳି ମାରାତ୍ମକ ରୋଗର କାରଣ ବୋଲି ପ୍ରଥମେ କହିଥିଲେ ବ୍ରିଟିଶ ଡାକ୍ତର ସାର ଟମାଟ ବାର୍ଲୋ । ସ୍କର୍ଭି ଏକ ବହୁ ପୁରୁଣା ରୋଗ । ଖ୍ରୀଷ୍ଟପୂର୍ବ ତୃତୀୟ-ଚତୁର୍ଥ ଶତାବ୍ଦୀର ଗ୍ରୀକ ଚିକିତ୍ସକ ହିପୋକ୍ରେଟସଙ୍କ ରଚନାରେ ଏହାର ଉଲ୍ଲେଖ ମିଳେ । ଅଷ୍ଟାଦଶ ଶତାବ୍ଦୀରେ ଏହି ରୋଗ ଆକ୍ରାନ୍ତ ହୋଇ ଯେତିକି ବ୍ରିଟିଶ ନାବିକ ଓ ସୈନିକ ମରିଥିଲେ, ସେତିକି ଶତ୍ରୁ ପକ୍ଷର ଆକ୍ରମଣରେ ସୁଦ୍ଧା ମରିନଥିଲେ । ମଣିଷ ସୁସ୍ଥ ରହିବା ପାଇଁ ଦୈନିକ ଯେତିକି ପରିମାଣର ଭିଟାମିନ ସି ଲୋଡ଼ିଥାଏ, ତାହା ମାତ୍ର ଫାଳେ ଲେମ୍ବୁରୁ ମିଳିଯାଏ ।