ଛାତ୍ର ଆକ୍ରମଣ ପ୍ରତିବାଦରେ ରାସ୍ତା ରୋକ

ଛାତ୍ର ଆକ୍ରମଣ ପ୍ରତିବାଦରେ ରାସ୍ତା ରୋକ

 ଛାତ୍ର ଆକ୍ରମଣ ପ୍ରତିବାଦରେ ରାସ୍ତା ରୋକ
ବାରିପଦା(ଦୀଲ୍ଲିପ ମହାନ୍ତି) - ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟରେ ଜଣେ ହଷ୍ଟେଲ ଛାତ୍ରଙ୍କୁ ମାଡ଼ ପ୍ରତିବାଦରେ ହଷ୍ଟେଲ ରହି ଅଧ୍ୟୟନ କରୁଥିବା ଶତାଧିକ ଛାତ୍ର ପ୍ରତିବାଦରେ ବାରିପଦା ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବିଶାଳ ମହାନ୍ତ ନାମକ ଜଣେ ଦ୍ୱିତୀୟ ବର୍ଷ କଳା ଛାତ୍ର ମହାବିଦ୍ୟାଳୟରୁ ଛାତ୍ରାବାସକୁ ଫେରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ସ୍ଥାନୀୟ ଛାତ୍ର ତାଙ୍କୁ ଅତର୍କିତ ଆକ୍ରମଣ କରି ମାଡ ମାରିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବାର ଅଭିଯୋଗ ହୋଇଛି । ତେବେ ପୂର୍ବରୁ ଏଭଳି ଘଟଣା ଦୁଇଥର ଘଟି ସାରିଥିଲେ ମଧ୍ୟ ବାରିପଦା ଟାଉନ ଥାନା ପୋଲିସ ଜାଣିଶୁଣି କୌଣସି ପଦକ୍ଷେପ ନ ନେବାରୁ ଆଜି ଶତାଧିକ ଛାତ୍ର ଥାନା ସମ୍ମୁଖ ବଡଦାଣ୍ଡର ମୁଖ୍ୟ ରାସ୍ତାକୁ ଅବରୋଧ କରି ଧାରଣା ପ୍ରଦର୍ଶନ କରିଥିଲେ। ଏହାପରେ ପୋଲିସ ପକ୍ଷରୁ ଅଭିଯୁକ୍ତ ଛାତ୍ରମାନଙ୍କୁ ଆଣି ଥାନାରେ ଅଟକ ରଖିବା ପରେ ରାସ୍ତା ଅବରୋଧ ହଟିଥିଲା ।