୯୦ ପ୍ରକଳ୍ପ ପ୍ରଦର୍ଶନ କଲେ କୁନିକୁନି ବୈଜ୍ଞାନିକ
୯୦ ପ୍ରକଳ୍ପ ପ୍ରଦର୍ଶନ କଲେ କୁନିକୁନି ବୈଜ୍ଞାନିକ
admin
Dec 13, 2019 - 14:45
Updated: Dec 13, 2019 - 14:45
ବେଲପଡା(ମନୋଜ କୁମାର ମିଶ୍ର) - ବଲାଙ୍ଗିର ଜିଲ୍ଲା ବେଲପଡା ଡିଆରମେହେର ହାଇସ୍କୁଲ ରେ ଜିଲ୍ଲା ସ୍ତରିୟ ବିଜ୍ଞାନ ,ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗୀତା ୧୩ତା ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ୧୨ ତା ବିଜ୍ଞାନ ମେଳା ଓ ଡିଆର ମେହେର ହାଇସ୍କୁଲ ର ବାର୍ଷିକ ଉତ୍ସବ ଉଦଘାଟିତ ହୋଇଥିିାଲା ବୈଳେ ଶୁକ୍ରଦାର ଦ୍ୱିତୀୟ ଦିବସ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଅବସର ରେ ଅନୁଷ୍ଠିତ ସଭା ରେ ବେଲପଡା ବ୍ଲକ ଶିକ୍ଷାଧିକାରୀ ବୈକୁଣ୍ଠନାଥ ଶବର ସଭାପତିତ୍ୱ କରିଥିଲା ବେଳେ ଜିଲ୍ଲା ବିଜ୍ଞାନ ଶିକ୍ଷକ ସରୋଜ କୁମାର ନାଏକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଶୁକ୍ରବାର ସକାଳ ର ମୁଖ୍ୟ ଅତିଥି ଭାବରେ ପରବେଶବିଦ ତଥା ବୈଜ୍ଞାନିକ ଡକ୍ଟର ସତ୍ୟନାରାୟଣ ନନ୍ଦ ଯୋଗ ଦେଇ ଡିଜିଟାଲ ବୈଦ୍ୟୁତିକ ସୁଇଜ ଅନ କରି ବିଜ୍ଞାନ ପତାକା ଉତ୍ତୋଳନ କରି ମେଳାର ଶୁଭାରମ୍ଭ କରି ପ୍ରକଳ୍ପ ରେ ଭାଗନେଇଚ୍ଛିବା ଛାତ୍ରୀ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ନନ୍ଦ ଓ ସମ୍ମାନିତ ଅତିଥି ଭାରେ ନୀଲମଣି ପଟେଲ ଜିଲ୍ଲା ବିଜ୍ଞାନ ତଚ୍ଛ୍ୱାବଧାରକ, ତ୍ରୀବିକ୍ରମ ମହାଖୁଡ (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡିଆର ମେହେର ହାଇସ୍କୁଲ),ତ୍ରୀବିକ୍ରମ ମିଶ୍ର(ଅବସରପ୍ରାପ୍ତ ଅଧ୍ୟକ୍ଷ ଡିଏଭି କଲେଜ ଟିଟୁଲାଗଡ),ମୁଖ୍ୟ ବକ୍ତା ଭାରେ ଶଙ୍କର ପ୍ରସାଦ ଜୈନ (ଚେୟାରମେନ ଆସ୍ଥା ପବ୍ଲିକ ସ୍କୁଲ ବେଲପଡା),ଚିଚ୍ଚରଂଜନ ପଣ୍ଡା (ପ୍ରଧାନ ଶିକ୍ଷକ ଡିଆର ମେହେର ହାଇସ୍କୁଲ ର ପ୍ରଧାନ ଶିକ୍ଷକ )ମଂଚାସିନ ରହିଥିଲେ । ମୁଖ୍ୟ ବକ୍ତା ଜୈନ ଅଧ୍ୟୟନ ଛାତ୍ର ମାନଙ୍କ ମନରେ ବୈଜ୍ଞାନିକ ମନୋଭାବ ଓ ଉଦ୍ଭାବନଜନିତ ଚିନ୍ତାଧାରା ଦେବା ପାଇଁ ଶିକ୍ଷକ ମାନଙ୍କୁ ଅନୁରୋଧ କରିଥିବା ବେଳେ ଅତିଥି ମିଶ୍ର ସତ୍ୟ କୁ ଖୋଜି ବାହାର କରିବାର ପ୍ରୟାସ ହେଉଛି ବିଜ୍ଞାନ ବୋଲି ମତ ଦେଇଥିଲେ ସେହିପରି ମୁଖ୍ୟ ଅତିଥି ଡକ୍ଟର ନନ୍ଦ ବକ୍ତବ୍ୟ ରେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ବିଭିନ୍ନ ପରାମର୍ଶ ଦେଇଥିଲେ ଯଦି ପରିବେଶ ଉପରେ ସଚେତନ ନହେବା ତାହେଲେ ବିଜ୍ଞାନ ଉନ୍ନତ୍ତି କରିବାପରିବର୍ତେ ମାନବ ସଭ୍ୟତାକୁ ଧ୍ୱସଂ ଆଡକୁ ନେବ ବୋଲି ମତ ଦେଇଥିଲେ ।ଜିଲ୍ଲା ବିଜ୍ଞାନ ନିଳମଣି ପଟେଲ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ତଚ୍ଛ୍ୱାବଧାରକ ମେଲା ରେ ଜିଲ୍ଲା ର ବିଭିନ୍ନ ୩୦ଟି ସ୍କୁଲ ରୁ ବିଜ୍ଞାନ, ଗଚ୍ଚିତ ,ପରିବେଶ ସମ୍ନନ୍ଧିୟ ୯୦ ଟି ପ୍ରକଳ୍ପ ସ୍ଥାନ ପାଇଁଥିଲା ବିଚାରକ ଭାବରେ ସୁରେଶ କୁମାର ମିଶ୍ର,ରାଧେଶ୍ୟାମ ଯୋଷୀ,ଗିତିକୃଷ୍ନ ଯୋଷୀ ,ଅଙ୍ଗିରା ସାହୁ,ରଜତ କୁମାର ମିଶ୍ର,ଶ୍ରୀକାନ୍ତ ପଟେଲ ବିଭିନ୍ନ ପ୍ରକଳ୍ପ ବୁଲି ମୁଲ୍ୟାଙ୍କନ କରିଛନ୍ତି । ଆସନ୍ତା ଶନିବାର ମଧ୍ୟ ଏହି ବିଜ୍ଞାନ ମେଲା ଉଦ୍ୟାପନୀ ଦିବସ । ମେଲା ଦେଖିବାପାଇଁ ବିଭିନ୍ନ ବ୍ଲକ ତଥା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ମାନଙ୍କ ରୁ ପ୍ରବଳ ଭିଡ ଲାଗିରହିଥିଲା ।
ସାନ୍ଧ୍ୟ ଅଧିବେସନ ର ମୁଖ୍ୟ ଅତିଥୀ ଭାବରେ ବୈଜୟନ୍ତୀ ପାଣିଗ୍ରାହୀ ବେଲପଡା ପଂଚାୟତ ସମିତି ଅଧ୍ୟକ୍ଷା,ମୁଖ୍ୟ ବକ୍ତା ରେ ହାସ୍ୟ କବି ରସରାଜ ଅଚ୍ୟୁଦାନନ୍ଦ ପୁରୋହିତ ଯୋଗ ଦେଇ ହାସ୍ୟ କବିତା ମାଧ୍ୟମ ରେ ବିଜ୍ଞାନ ର ଉପକାରିତା ଓ ଅପକାରିତା ବିଷୟ ରେ ବକ୍ତବ୍ୟ ଦେଇ ଚିତାକର୍ଷକ ଭାଷଣ ଦେଇଥିଲେ ,ସମ୍ମାନିତ ଅତିଥି ରେ ସୋମନାଥ ପଦାନ ଉପଜିଲ୍ଲା ପାଳ ପାଟଣାଗଡ,ଦେବୀ ପ୍ରସାଦ ନାଏକ(ଡିଏସପି ପୋଷ୍ଠାଲ),ରୁକ୍ମଣ ସୁନା(ବ୍ଲକ ଉପାଧ୍ୟକ୍ଷ) ,ମହେନ୍ଦ୍ର ସେଠ(ଜେଡ ପି ସଭ୍ୟ ଯୋଗ ଦେଇଥିଲେ ।) ପରେ ବିଭିନ୍ନ ସକୁଲ ର ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ପଦର୍ଶିତ ହୋଇଥିଲା ।