ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ସ୍ଲେଟିଂ ଏକାଡେମୀର କ୍ରୀଡ଼ାବିତ୍ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଥିବା ବ୍ରହ୍ମପୁର ସ୍କେଟିଂ ଏକାଡେମୀର ୧୯ ଜଣ କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍କେଟିଂ କଳା ପ୍ରତିଭାର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କୁ ରୂପା ତାରକସୀର ଏକ ଉପହାର ଦେଇଥିଲେ । ସୂଚନାଯୋଗ୍ୟ ଯେ ୨୦୧୮ ନଭେମ୍ବର ୧୦ ତାରିଖରେ କର୍ଣ୍ଣାଟକରେ ଅନୁଷ୍ଠିତ ରୋଲର ସ୍କେଟିଂ ରେ ଶିବଗଙ୍ଗା ରୋଲର ସ୍କେଟିଂ କ୍ଲବ ପକ୍ଷରୁ ଏକ ସମୟରେ ୫୪୫ ଜଣ କ୍ରୀଡ଼ାବିତ ନିରବଚ୍ଛିନ୍ନ ଭାବେ ୪୮ ଘଣ୍ଟା ସ୍କେଟିଂ କରି ବିଶ୍ୱ ରେକର୍ଡ କରିଥିଲେ । ଏହି ଇଭେଣ୍ଟରେ ବ୍ରହ୍ମପୁର ସ୍ପୋର୍ଟିଂ ଏକାଡେମୀର ଏହି ୧୯ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରି ସଫଳ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍.ବାଲକି୍ରଷ୍ଣନ ଓ କ୍ରୀଡ଼ା ନିଦେ୍ର୍ଧଶକ ଭିନିଲ କି୍ରଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ ।