କୁରସୁଡ ଶିଶୁ ମନ୍ଦିରରେ ଜ୍ଞାନତ୍ମକ ଶିକ୍ଷା

କୁରସୁଡ ଶିଶୁ ମନ୍ଦିରରେ ଜ୍ଞାନତ୍ମକ ଶିକ୍ଷା

 କୁରସୁଡ ଶିଶୁ ମନ୍ଦିରରେ ଜ୍ଞାନତ୍ମକ ଶିକ୍ଷା
ବଲାଙ୍ଗିର/କୁରସୁଡ-ଟିଟିଲାଗଡ ବ୍ଳକ ଅନ୍ତର୍ଗତ କୁରସୁଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଷରରେ ଶିଶୁବାଟିକା ଭାଇଭଉଣୀଙ୍କ ମଧ୍ୟରେ ଜ୍ଞାନତ୍ମକ ଶିକ୍ଷା ଅନୁଷ୍ଠିତ ହୋଇଯାଇଛି । ପିଠା ତିଆରି କରାଯାଇ ଅଭିନବ ଉପାୟରେ ଶିଶୁମାନଙ୍କୁ ଏହି ଜ୍ଞାନତ୍ମକ ଶିକ୍ଷା ଦିଆଯାଇଥିଲା । ଏହି ପିଠା ତିଆରି ସମୟରେ ଶିଶୁ ମାନଙ୍କୁ ଏହା କିପରି ତିଆରି କରାଯାଏ, ଏଥିରେ କି କି ସାମଗ୍ରୀ, କେତେ ପରିମାଣରେ ବ୍ୟବହାର କରାଯାଏ ଆଦି ମନେ ରଖିବା ପାଇଁ କୁହାଯାଇଥିଲା । ମାତୃଭାରତୀର ସମ୍ପର୍କ ପ୍ରମୁଖଙ୍କ ଉପସ୍ଥିତିରେ ଶିଶୁ ମାନଙ୍କୁ ପରିକ୍ଷା କରାଯାଇଥିବା ବେଳେ ପ୍ରଧାନଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଭୋଇ ଏହାର ଉଦେ୍ଧଶ୍ୟ ଜ୍ଞାପନ କରିଥିଲେ । କମଳିନୀ ବାଗ, ପ୍ରମିଲା ନାୟକ,ଭଞ୍ଜ କିଶୋରୀ ନାଏକ,ଦୁଶିଲା ସାହୁ, ଲିଲି ମହାକୁର, ନୀଳି ମହାରଣା,ଅନୀଳ ଭୋଇ,ରାଜୀବ ନାଥ, ଗଣେଶ ରାମ ସୁନା, ହରଶଙ୍କର ସିଂହଦେଓ,ରାଜୀବ ନାଥ ତରୁଣ ଭୋଇ, ପ୍ରଶାନ୍ତ ଦାସ ଆଦି ସହଯୋଗ କରିଥିବା ବେଳେ ସାମ୍ବାଦିକ ମନୋଜ କୁମାର ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।