ନାଗରିକ ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ବାମପନ୍ଥୀ ଦଳ ପକ୍ଷରୁ ବିକ୍ଷୋଭ

ନାଗରିକ ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ବାମପନ୍ଥୀ ଦଳ ପକ୍ଷରୁ ବିକ୍ଷୋଭ

ନାଗରିକ ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ବାମପନ୍ଥୀ ଦଳ ପକ୍ଷରୁ ବିକ୍ଷୋଭ
ବାରିପଦା(ଦିଲ୍ଲୀପ ମହାନ୍ତି)- ଭାରତର ସମ୍ବିଧାନରେ ଦେଶର ସମସ୍ତ ନାଗରିକମାନଙ୍କୁ ଧର୍ମ, ଜାତି, ଭାଷା ଓ ଲିଙ୍ଗ ନିର୍ବିଶେଷରେ ସମାନ ଅଧିକାର ପ୍ରଦାନ କରିବାକୁ ନାଗରିକତା ଆଇନ ୧୯୫୫ରେ ଘୋଷଣା କରାଯାଇଛି । ଏଥିରେ ଭାରତର ନାଗରିକ କିଏ ହୋଇ ପାରିବେ ଏବଂ ଭାରତର ନାଗରିକତା କାହାକୁ ମିଳିପାରିବ ସେ ସମ୍ପର୍କରେ ବ୍ୟାଖ୍ୟା କରାଯାଇଥିବା ସମୟରେ ଆରଏସଏସ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ସମ୍ବିଧାନର ଧାରାକୁ ପରିବର୍ତ୍ତନ କରାଇ ଦେଶବାସୀଙ୍କୁ ଧର୍ମ ଭିତ୍ତିରେ ବିଭାଜନ କରାଇବାର ହୀନ ଉଦେ୍ଧଶ୍ୟକୁ ଚରିତାର୍ଥ କରାଇବାକୁ ଯାଇ ନାଗରିକତା ସଂଶୋଧନ ଆଇନ-୨୦୧୯ପ୍ରଣୟନ କରାଯାଇଛି । ଏହା ସମ୍ବିଧାନ ବିରୋଧୀ ଓ ଦେଶ ବିଭାଜନକାରୀ ପଦକ୍ଷେପ ବୋଲି ଅଭିଯୋଗ ଆଣିଛନ୍ତି ବାମପନ୍ଥୀ ଦଳ ସିପିଆଇ ଓ ସିପିଏମ । ଏଥି ସହିତ ସମଗ୍ର ଭାରତରେ କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ଆଇନକୁ ବିରୋଧକରି ଛାତ୍ରଠାରୁ ଆରମ୍ଭ କରି ବୈଜ୍ଞାନିକ, ଶ୍ରମିକଠାରୁ ଆରମ୍ଭ କରି ଭାରତୀୟ ପ୍ରଶାସକ, ଆଦିବାସୀଠାରୁ ଆରମ୍ଭ କରି ସଂଖ୍ୟାଲଘୁ ସମ୍ପ୍ରଦାୟ ପର୍ଯ୍ୟନ୍ତ ସମସ୍ତେ ରାଜରାସ୍ତାକୁ ଉହ୍ଲାଇ ଆସିଥିବା ବେଳେ ଦେଶରେ ବାମପନ୍ଥି ଦଳଆହ୍ୱାନ କ୍ରମେ ସମ୍ପୃକ୍ତ ଆଇନ ପ୍ରତ୍ୟାହାର ଦାବିରେ ଆଜି ସମଗ୍ର ଦେଶରେ ଏକ ପ୍ରତିବାଦ ଆନେ୍ଦାଳନ ଡ଼ାକରା ଦିଆଯାଇଥିଲା । ଫଳରେ ମୟୂରଭଞ୍ଜ ଜିଲ୍ଲା ସିପିଆଇ ଓ ସିପିଏମ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । କମ୍ରେଡ଼ ନନୀଗୋପାଳ ବ୍ରହ୍ମା ଓ ଶ୍ରୀକାନ୍ତ ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇର ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର ଓ ସିପିଏମର ଜିଲ୍ଲା ସମ୍ପାଦକ କମ୍ରେଡ଼ ତଥା ଆଇନଜୀବୀ ରବି ଗୋସ୍ୱାମୀ, ଅମଲ ଦେ, ବଳରାମ ମହାନ୍ତ, ରଘୁନାଥ ପଣ୍ଡା, ହରିଶ ସିଂ, ସୁଦର୍ଶନ ରାଉଳ, ରଥ ସିଂ, ଶ୍ୟାମ ସିଂ, ମୃତୁ୍ୟଞ୍ଜୟ ବେହେରା, ବିକର୍ତ୍ତନ କବି, ଶ୍ୟାମସୁନ୍ଦର ପୃଷ୍ଟି, ହୃଷିକେଶ ସାହୁ ପ୍ରମୁଖ ବାମପନ୍ଥୀ ନେତାମାନେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଉକ୍ତ ପ୍ରତିବାଦ ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକଗୁଡ଼ିକରୁ ଶତାଧିକ ସଦସ୍ୟ ଓ ସମର୍ଥକ ଯୋଗ ଦେଇଥିଲେ ।