ପିକନିକ ବେଳେ ଅଘଟଣ, ବିଶାକ୍ତ ଖାଦ୍ୟ ଖାଇ ୧୭୦ ଅସୁସ୍ଥ
ପିକନିକ ବେଳେ ଅଘଟଣ, ବିଶାକ୍ତ ଖାଦ୍ୟ ଖାଇ ୧୭୦ ଅସୁସ୍ଥ
admin
Dec 19, 2019 - 15:26
Updated: Dec 19, 2019 - 15:26
ଆଠଗଡ଼ - ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୭୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ।କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଗତକାଲି ଭୁବନେଶ୍ୱରକୁ ବାର୍ଷିକ ପରିଭ୍ରମଣ ଓ ପିକନିକରେ ଯାଇଥିଲେ ସେଠାରୁ ଘରକୁ ଫେରିବା ପରେ ୭୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ଆକ୍ରାନ୍ତଙ୍କ ମଧ୍ୟରୁ ଗୁରୁତର ଥିବା ୧୫ଜଣ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ୭ଜଣ ମାଧପୁର ସ୍ଥିତ ଜିମସାର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ନିୟନ୍ତ୍ରଣାଧୀନ ଥିବା ମେଡିକାଲ ସୂତ୍ରରୁ ପ୍ରକାଶ ପ୍ରାପ୍ତ ଖବର ମୁତାବକ, ଖୁଣ୍ଟୁଣୀ ସରସ୍ୱତୀ ବିଦ୍ୟା ମନ୍ଦିରର ୧୪୭ଜଣ ଛାତ୍ରଛାତ୍ରୀ ଓ ବିଦ୍ୟାମନ୍ଦିରର ୩୦ଜଣ କର୍ମଚାରୀ ଭ୍ରମଣ ଓ ପିକନିକ ପାଇଁ ଭୁବନେଶ୍ୱର ଯାଇଥିଲେ ପ୍ରଥମେ ରାମମନ୍ଦିର ଦର୍ଶନ କରି ସକାଳ ୯ଟାରେ ଦହିବାର ଖାଇ ବିଭିନ୍ନ ସ୍ଥାନ ବୁଲାବୁଲି କରିଥିଲେ ଦିନ ଗୋଟାଏ ସମୟରେ ଭୁବନେଶ୍ୱର ଶନିମନ୍ଦିର ଠାରେ ମଧ୍ୟାହ୍ନ ଭୋଜନ ସାରି ସନ୍ଧ୍ୟାରେ ଜଳଖିଆ ଭାବେ ପେଟିସ ଖାଇ ଘରକୁ ଫେରିଥିଲେ ଘରେ ପହଁଚିବା ପରେ ବୁଧବାର ରାତିରେ କିଛି ଛାତ୍ରଛାତ୍ରୀ ଝାଡ଼ାବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇଥିଲେ ସକାଳ ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ୮୦ରୁ ଅଧିକ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ପୀଡିତ ହୋଇ ପ୍ରଥମେ ଖୁଣ୍ଟୁଣୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହୋଇଥିଲେ ତନ୍ମଧ୍ୟରୁ ଗୁରୁତର ଥିବା ବିଶ୍ୱଜିତ ଗଡ଼ନାୟକ(୧୧),ଗୌତମ ଜେନା(୧୧),ସୁଭଦ୍ରା ମୁଦୁଲି(୧୨),ପ୍ରିୟରଞ୍ଜନ ମୁଦୁଲି(୧୦),ଯୋଗମାୟା ଦାନୀ(୮), ଆସିମ ମହାନ୍ତି(୧୧),ଦୀପ୍ତିରଞ୍ଜନ ନାୟକ(୧୨), ସୌମ୍ୟରଂଜନ ପରିଡା(୯),ଆକାଶ ଦାସ, ସୌମ୍ୟରଂଜନ ବେହେରା,ଲକ୍ଷ୍ମୀପ୍ରିୟା ପରିଡା(୧୧),ହରପ୍ରିୟା ମୁଦୁଲି(୮) ,ଆୟୁଷ ମହାନ୍ତି, ସୌରଭ ସାମଲ, ଦିବ୍ୟରଞ୍ଜନ ପ୍ରଧାନସମେତ ୧୫ଜଣ ଆଠଗଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଓ ଅନ୍ୟ ଗୁରୁତର ୭ଜଣ ମାଧପୁରର ଜିମସାରରେ ଭର୍ତ୍ତି ହୋଇଛନ୍ତି ଏବଂ ବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମାଙ୍କ ସମେତ ୭ ଜଣ କର୍ମଚାରୀ ମଧ୍ୟ ଝାଡାବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇଥିବା ଖବର ପାଇଁ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଦିଲ୍ଲୀପ ଦାସ ଏକ ମେଡିକାଲ ଟିମ ସହ ଆଜି ଖୁଣ୍ଟୁଣୀ ଡାକ୍ତରଖାନାରେ ଆଜି ଅପରାହ୍ନ ରେ ପହଞ୍ଚି ଆକ୍ରାନ୍ତ ପିଲା ମାନଙ୍କୁ ପ୍ରାଥମିକ ଚିକିତ୍ସା କରିଛନ୍ତି।ଫୁଡ ପଏଜନ ଯୋଗୁଁ ପିଲାମାନଙ୍କ ର ଏପରି ଅବସ୍ଥା ହୋଇଥିବା ଡାକ୍ତର ଶ୍ରୀ ଦାସ ସୂଚନା ଦେଇଛନ୍ତି।ଅପରପକ୍ଷରେ ଝାଡାବାନ୍ତି ଆକ୍ରାନ୍ତ ଙ୍କ ଖବରପାଇ ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସ ଆଠଗଡ ଡାକ୍ତରଖାନାରେ ପହଞ୍ଚି ଆକ୍ରାନ୍ତ ଛାତ୍ରଛାତ୍ରୀ ଙ୍କ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ସହିତ ଏସଡିମଓ ଡାକ୍ତର ବିଜୟ ମିଶ୍ର ଙ୍କ ସହିତ ଆଲୋଚନା କରିଛନ୍ତି।ଏଭଳି ସମ୍ବେଦନଶୀଳ ଘଟଣା ଖୁଣ୍ଟୁଣୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।