୧.୭ ଲକ୍ଷ ଟଙ୍କାର ପୋଷାକ ପିନ୍ଧିଛନ୍ତି ଇଭାଙ୍କା

୧.୭ ଲକ୍ଷ ଟଙ୍କାର ପୋଷାକ ପିନ୍ଧିଛନ୍ତି ଇଭାଙ୍କା

 ୧.୭ ଲକ୍ଷ ଟଙ୍କାର ପୋଷାକ ପିନ୍ଧିଛନ୍ତି ଇଭାଙ୍କା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତ କରିଛନ୍ତି । ଇଭାଙ୍କାଙ୍କ ପୋଷାକ ଓ ଷ୍ଟାଇଲ ଉପରେ ସମସ୍ତଙ୍କ ନଜର ରହିିଛି । ଇଭାଙ୍କା ଅତି ଚମତ୍କାର କଲରଫୁଲ ବେବି ବ୍ଲ୍ୟୁ ଏବଂ ରେଡ ମିଡି ଫ୍ଲୋରାଲ ପ୍ରିଣ୍ଟ ଡ୍ରେସ ପିନ୍ଧିଛନ୍ତି । ଇଭାଙ୍କାଙ୍କ ଏହି ଡ୍ରେସର ଦାମ ୧.୭୧,୩୩୧ ଟଙ୍କା । ତେବେ ଇଭାଙ୍କା ପ୍ରଥମ ଥର ପାଇଁ ଏହି ପୋଷାକ ପିନ୍ଧି ନାହାନ୍ତି । ପୂର୍ବରୁ ୨୦୧୯ ରେ ଆର୍ଜେଣ୍ଟିନା ଗସ୍ତ ସମୟରେ ବି ଇଭାଙ୍କା ଏହି ପୋଷାକ ପିନ୍ଧିଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ଏବଂ ଝିଅ ଇଭାଙ୍କା ଅହମ୍ମଦାବାଦର ମୋଟେରା କ୍ରିକେଟ ଷ୍ଟାଡିୟମରେ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ବୋଲି କହିଛନ୍ତି । ଗତବର୍ଷ ସେପ୍ଟେମ୍ବରରେ ମୋଦିଙ୍କ ହଷ୍ଟନ ଗସ୍ତ ସମୟରେ ହୋଇଥିବା ‘ହାଓଡୀ ମୋଦି’ କାର୍ଯ୍ୟକ୍ରମ ପରି ଟ୍ରମ୍ପଙ୍କ ଭାରତ ଗସ୍ତ ଅବସରରେ ଅହମଦାବାଦରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।