୭ ମାସ ପରେ ଖୋଲିଲା କାଶ୍ମୀର ସ୍କୁଲ, ଧାରା ୩୭୦ ଉଚ୍ଛେଦ ପାଇଁ ହୋଇଥିଲା ବନ୍ଦ୍

୭ ମାସ ପରେ ଖୋଲିଲା କାଶ୍ମୀର ସ୍କୁଲ, ଧାରା ୩୭୦ ଉଚ୍ଛେଦ ପାଇଁ ହୋଇଥିଲା ବନ୍ଦ୍

୭ ମାସ ପରେ ଖୋଲିଲା କାଶ୍ମୀର ସ୍କୁଲ, ଧାରା ୩୭୦ ଉଚ୍ଛେଦ ପାଇଁ ହୋଇଥିଲା ବନ୍ଦ୍
ନୂଆଦିଲ୍ଲୀ:ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହେବାର ଦୀର୍ଘ ୭ ମାସ ପରେ ସୋମବାର ଜମ୍ମୁ କାଶ୍ମୀରରେ ସମସ୍ତ ସ୍କୁଲ ଗୁଡ଼ିକ ପୁନର୍ବାର ଖୋଲିଛି । ଗତବର୍ଷ ନଭେମ୍ବରରେ ସରକାର ଜମ୍ମୁ କାଶ୍ମୀରର ସମସ୍ତ ସ୍କୁଲ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଳ୍ପ କେତେକ ସ୍କୁଲ ଖୋଲିବାରେ ସରକାର ସକ୍ଷମ ହୋଇଥିଲେ । କାଶ୍ମୀରରେ ସାଧାରଣତଃ ଶୀତକାଳୀନ ଛୁଟି ୩ ମାସ ପାଇଁ ହୋଇଥାଏ କିନ୍ତୁ ଗତବର୍ଷ ଅଗଷ୍ଟରୁ କାଶ୍ମୀରରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ପୁଣି ଥରେ ସ୍କୁଲ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହରୁ ଅନେକ ସଂଖ୍ୟାରେ ଛାତ୍ର ଆସି ସ୍କୁଲରେ କେମିତି ପ୍ରସ୍ତୁତି କରାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥ କରାଯାଇଛି ତାହା ଦେଖିଛନ୍ତି ।