ସୁନା ହେଲା ମହଙ୍ଗା,୧୦ ଗ୍ରାମ ପିଛା ଟପିଲା ୪୪ ହଜାର ଟଙ୍କା

ସୁନା ହେଲା ମହଙ୍ଗା,୧୦ ଗ୍ରାମ ପିଛା ଟପିଲା ୪୪ ହଜାର ଟଙ୍କା

ସୁନା ହେଲା ମହଙ୍ଗା,୧୦ ଗ୍ରାମ ପିଛା ଟପିଲା ୪୪ ହଜାର ଟଙ୍କା
ନୂଆଦିଲ୍ଲୀ: କରୋନା ଭୂତାଣୁ ପ୍ରଭାବରେ ଦେଶରେ ସୁନା ମହଙ୍ଗା ହେବାରେ ଲାଗିଛି । ଦିଲ୍ଲୀ ଖୁଚୁରା ବଜାରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦାମ ୪୪,୬୦୦ ଟଙ୍କାକୁ ବୃଦ୍ଧି ପାଇଛି । ବିଶ୍ୱର ବିଭିନ୍ନ ସ୍ଥାନରେ ସୁନା ମହଙ୍ଗା ହେଉଥିବାରୁ ଭାରତରେ ମଧ୍ୟ ଏହାର ଦାମ ବଢ଼ୁଛି । ଷ୍ଟକ ବଜାରରୁ ଭଲ ରିଟର୍ଣ୍ଣି ମିଳିବାର ସମ୍ଭାବନା କମିଯାଇଥିବାରୁ ନିବେଶକମାନେ ସୁନା କିଣିବା ଆରମ୍ଭ କରିଦେଇଛନ୍ତି । ବିଶ୍ୱରେ ଯେତେବେଳେ ବିପଦ ସୃଷ୍ଟି ହୁଏ ନିବେଶକମାନେ ନିଜ ପାଣ୍ଠି ସୁରକ୍ଷିତ ରଖିବା ଲାଗି ସୁନାରେ ହିଁ ନିବେଶ କରନ୍ତି । ଏବେ ସେହିଭଳି ସ୍ଥିତି ସୃଷ୍ଟି ହୋଇଛି । ମଲଟି କମୋଡ଼ିଟି ଏକ୍ସଚେଞ୍ଜରେ ସୁନାର ଦାମ ୧୧୨୨ ଟଙ୍କା ବୃଦ୍ଧି ପାଇ ୪୩,୭୮୮ ଟଙ୍କା ହୋଇଥିବା ବେଳେ ରୂପାର କେଜି ପ୍ରତି ଦାମ ୪୮, ୫୮୫ ଟଙ୍କା ହୋଇଯାଇଛି । ଆନ୍ତର୍ଜାତିକ ବଜାରରେ ସୁନାର ଆଉନସ ପିଛା ଦାମ ୧୬୮୩,୯୪ ଡଲାରରେ ପହଞ୍ଚିଛି । ସାତ ବର୍ଷ ଭିତରେ ସୁନାର ଏହାର ସର୍ବୋଚ୍ଚ ଦାମ ବୋଲି କୁହାଯାଇଛି ।