ଶ୍ରୀନଗରରେ ତ୍ରିରଙ୍ଗା ଉଡ଼ାଇବେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହ

ଶ୍ରୀନଗରରେ ତ୍ରିରଙ୍ଗା ଉଡ଼ାଇବେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହ

 ଶ୍ରୀନଗରରେ ତ୍ରିରଙ୍ଗା ଉଡ଼ାଇବେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହ
ଶ୍ରୀନଗର: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ୭୩ତମ ସ୍ବାଧୀନତା ଦିବସ ପାଳନ କରିପାରନ୍ତି। ଏଥିପାଇଁ ଅଗଷ୍ଟ ୧୪ ସନ୍ଧ୍ୟାରେ ଶାହ ଶ୍ରୀନଗର ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ସେ ଶ୍ରୀନଗରରେ ଲାଲଚୌକଠାରେ ଆଗାମୀ ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏ ପ୍ରସଙ୍ଗରେ ଜାମ୍ମୁକାଶ୍ମୀର ପୁଲିସ ପାଖରେ ଠୋସ୍ ଖବର ନଥିବା କୁହାଯାଉଛି । ତେବେ ଏହାକୁ ଗୋପନୀୟ ରଖାଯାଇଛି । ଗଣମାଧ୍ୟମକୁ ବି କିଛି ସୂଚନା ଦିଆଯାଉନାହିଁ । ଖାଲି ସେତିକି ନୁହେଁ, ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଉଲ୍ଲେଖଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହିତ ଜାମ୍ମୁ-କାଶ୍ମୀରରୁ ଲଦାଖକୁ ବିଭାଜନ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିଛନ୍ତି। ଯଦି କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହ ସ୍ଵାଧୀନତା ଦିବସ ଅବସରରେ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାନ୍ତି ତେବେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଏନଡିଏ ସରକାରଙ୍କ ଦ୍ଵିତୀୟ ଐତିହାସିକ ପଦକ୍ଷେପ ହେବ। ଶ୍ରୀନଗର ପରେ ଅମିତ୍ ଶାହ ଅଗଷ୍ଟ ୧୬ ଓ ୧୭ରେ ଲଦାଖ ଗସ୍ତରେ ଯିବେ।