ନାବାଳକକୁ ଲୁହା ଶିକୁଳିରେ ବାନ୍ଧି ମାଡ ମାରିଲେ
ନାବାଳକକୁ ଲୁହା ଶିକୁଳିରେ ବାନ୍ଧି ମାଡ ମାରିଲେ
admin
Aug 14, 2019 - 05:13
Updated: Aug 14, 2019 - 05:13
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ) ଗ୍ୟାରେଜ୍ ଭିତରେ ନାବାଳକକୁ ବାନ୍ଧି ମାଡ ମାରିବା ସମୟରେ ସ୍ଥାନୀୟ ମହିଳାଙ୍କ ବିରୋଧ, ପାରାଦ୍ୱୀପ ଭୁତମୁଣ୍ଡାଇ ନିକଟରୁ ନାବାଳକକୁ ଉଦ୍ଧାର କଲା ଲକ୍ ଥାନା ପୋଲିସ, ରମେଶ ଚନ୍ଦ୍ର ବଳିଆରସିଂଙ୍କ ଘରେ ହୋଇଥିବା ଗ୍ୟାରେଜ୍ ରେ ଆଜି ମଧ୍ୟାହ୍ନରେ ଗୋଟିଏ ଛୋଟ ପିଲାର ପାଟି ଶୁଣି ସେହି ବାଟ ଦେଇ ଯାଉଥିବା କେତେକ ମହିଳା ଏହି ଘଟଣା ଅନୁଧ୍ୟାନ କରିଥିଲେ, ଗୋଟିଏ ଲୁହା ଶିକୁଳି ରେ ୧୨ ବର୍ଷ ଜଣେ ନାବାଳକକୁ ଦୁଇଜଣ ବ୍ୟକ୍ତି ବାନ୍ଧି ନିସ୍ତୁକ ମାଡ ମାରୁଥିବାରୁ ସ୍ତ୍ରୀ ଲୋକ ମାନେ ଏହାର ବିରୋଧ କରିଥିଲେ, ପରେ ସ୍ତାନୀୟ ପୁଲିସକୁ ଖବର ଦେବାରୁ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ନାବାଳକକୁ ଉଦ୍ଧାର କରି ତାର ପରିବାର କୁ ଖବର ଦେଇଥିବା ପ୍ରକାଶ କରିଛି, ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା କୁହାଯାଉଛି ।