ବ୍ୟାଙ୍କରୁ ୪୦ ଲକ୍ଷ ଚୋରି

ବ୍ୟାଙ୍କରୁ ୪୦ ଲକ୍ଷ ଚୋରି

 ବ୍ୟାଙ୍କରୁ ୪୦ ଲକ୍ଷ ଚୋରି
ବାଲେଶ୍ୱର: ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁରସ୍ଥିତ ଏସବିଆଇରୁ ଡକାୟତି ହୋଇଛି । ପ୍ରାୟ ୬ଜଣ ଡକାୟତ ମାରଣାସ୍ତ୍ର ଦେଇ ଲୁଟ କରିଥିବା ସୂଚନା ମିଳିଛି । ତେବେ ସବୁଠାରୁ ବଡ଼ କଥା ହେଲା ଯେ ସମସ୍ତ ଡକାୟତ କଲେଜ ୟୁନିଫର୍ମରେ ଥିଲେ ତେବେ ଲୁଟ ପରେ ଦୁର୍ବୃତ୍ତମାନେ ବାହାରୁ ତାଲା ପକାଇ ଫେରାର ହୋଇଯାଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଡକାୟତମାନେ ବ୍ୟାଙ୍କରେ ଛାଡ଼ିଯାଇଥିବା ୪ଟି ଅଫୁଟା ବୋମାକୁ ପୁଲିସ ଜବତ କରିଛି ।