୨ ଶହ ବର୍ଷ ତଳେ କୋଟିଏ ଟଙ୍କିଆ ଜୋତା ପିନ୍ଧୁଥିଲେ ନିଜାମ

୨ ଶହ ବର୍ଷ ତଳେ କୋଟିଏ ଟଙ୍କିଆ ଜୋତା ପିନ୍ଧୁଥିଲେ ନିଜାମ

୨ ଶହ ବର୍ଷ ତଳେ କୋଟିଏ ଟଙ୍କିଆ ଜୋତା ପିନ୍ଧୁଥିଲେ ନିଜାମ
ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ପୂରାପୂରି ସତ । ଆଜକୁ ପ୍ରାୟ ୨ ଶହ ବର୍ଷ ତଳେ ହାଇଦ୍ରାବାଦର ନିଜାମ କୋଟିଏ ଟଙ୍କିଆ ଜୋତା ପିନ୍ଧୁଥିଲେ । ଆଜିକା ମୂଲ୍ୟର ତାହାର ମୂଲ୍ୟ ବୋଧହୁଏ ୧୦ କୋଟି ଟଙ୍କା ଟପି ଯାଇଥା’ନ୍ତା । ନିଜାମ୍ ସିକନ୍ଦର ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରେ ହାଇଦ୍ରାବାଦରେ ରାଜୁତି କରୁଥିଲେ । ନିଜର ସୌଖିନ ସଉକ ପାଇଁ ସେ ଭାରି ଲୋକପ୍ରିୟ । ବିଶେଷକରି ଦାମୀ ଜୋତା ପିନ୍ଧିବା ଥିଲା ତାଙ୍କର ସଉକ । ଖାସ୍ ସେଇଥିପାଇଁ ପଦ୍ମରାଗମଣି ଓ ହୀରା ସହ ଏକପ୍ରକାର ଦାମୀ କପଡ଼ାରେ ଏହି ଜୋତା ତିଆରି କରାଯାଇଥିଲା । ନିଜାମ୍ଙ୍କ ପରେପରେ ତାଙ୍କ ବଂଶଜ ମଧ୍ୟ ଏହାକୁ ପିନ୍ଧୁଥିଲେ । ରାଜରାଜୁଡ଼ା ଶାସନ ପରେ ଏହି ଜୋତାକୁ ସଂଗ୍ରହାଳୟରେ ରଖାଯାଇଥିଲା । ତେବେ ତାକୁ କିଏ ଚୋରି କରିନେଇଥିବା ଖବର ମିଳିଛି ।