ଟିକଟକ ସ୍କାମ ବିଷୟରେ ଜାଣନ୍ତୁ

ଟିକଟକ ସ୍କାମ ବିଷୟରେ ଜାଣନ୍ତୁ

ଟିକଟକ ସ୍କାମ ବିଷୟରେ ଜାଣନ୍ତୁ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଟିକଟକ ସହ ୫୯ ଚାଇନା ଆପସ ବ୍ୟାନ କରିବା ପରେ ସାଇବର ଅପରାଧିମାନେ ସକ୍ରିୟ ହୋଇ ଉଠିଛନ୍ତି । ଟିକଟକ ନାଁରେ ଏକ ବିରାଟ ବଡ଼ ସ୍ମାମ ଆରମ୍ଭ ହୋଇଯାଇଛି । ହ୍ୱାଟସଆପ ଓ ଅନ୍ୟ କେତେକ ମାଧ୍ୟମରେ ଅପରାଧିମାନେ ମେସେଜ ଛାଡ଼ୁଛନ୍ତି । ଟିକଟକ ବନ୍ଦ ହୋଇନାହିଁ । ଏହି ଲିଙ୍କକୁ କ୍ଲିକ କଲେ ଆପଣମାନେ ଟିକଟକ ସହ ଯୋଡ଼ି ହୋଇପାରିବେ । ଏଭଳି ମେସେଜ ଏବେ ଘୂରି ବୁଲିବା ଆରମ୍ଭ କରିଛି । ଅଫିସିଆଲ ଟିକଟକ ଆପ ଭାରତରେ ବ୍ଲକ ହୋଇସାରିଛି । ଗୁଗୁଲ ପ୍ଲେ ଷ୍ଟୋର ହେଉକି ଆପଲ, ଏହି ଆପକୁ ହଟାଇ ନିଆଯାଇଛି । ତେବେ ଅପରାଧିମାନେ ଟିକଟକ ପ୍ରୋ ଥ୍ରୋ ଏସଏମଏସ ମାଧ୍ୟମରେ ମେସେଜ ଛାଡ଼ୁଛନ୍ତି । ଏନଜୟ ଟିକଟକ ଭିଡ଼ିଓ ଆଣ୍ଡ କ୍ରିଏଟ ଭିଡ଼ିଓଜ ଓନ୍ସ ଏଗେନ । ଟିକଟକ ପ୍ରୋରେ ଏହା ଉପଲବ୍ଧ ହେଉଥିବାରୁ ଗୋଟେ ଲିଙ୍କ ବି ଦିଆଯାଉଛି । ଟିକଟକ ପ୍ରୋ ଏପିକେ ଫାଇଲ ମଧ୍ୟ ଦେଖିବାକୁ ମିଳୁଛି । ଜଣେ ଏହି ଆପ ଡାଉନଲୋଡ଼ କଲେ ଟିକଟକର ଚିହ୍ନ ଆସୁଛି । କ୍ୟାମେରା, ଇମେଜ ଗ୍ୟାଲେରୀ, ମାଇକର ପରମିସନ ମାଗୁଛି । ତେବେ ଏଭଳି ଅନୁମତି ଦେବା ପରେ ସାଇବର ଅପରାଧିମାନେ ମୋବାଇଲର ତଥ୍ୟ ଚୋରାଇ ନେଉଥିବା ଦେଖିବାକୁ ମିଳିଛି । ଏମିତିକି ଅନ୍ୟ ସୋସିଆଲ ମିଡ଼ିଆର ଆକାଉଂଟ ଆଇଡ଼ି ଓ ପାସୱାଡର଼୍ ବି ହ୍ୟାକ କରାଯାଉଛି । ଏପରିକି ବ୍ୟାଙ୍କ ଆକାଉଂଟ ତଥ୍ୟ ବି ଲିକ ହେବାର ଆଶଙ୍କା ରହିଛି । ଭାରତରେ ଟିକଟକ ସମ୍ପୂର୍ଣ୍ଣ ଭାବେ ବ୍ୟାନ ହୋଇସାରିଥିବାବେଳେ କେହିବି ଏଭଳି ଭ୍ରମରେ ପଡ଼ିବା ଉଚିତ ନୁହେଁ । ଯେପର୍ଯ୍ୟନ୍ତ ଭାରତ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ସେପର୍ଯ୍ୟନ୍ତ ଏଭଳି ଆପସ ପ୍ରେମରେ ପଡ଼ିବା ଅନୁଚିତ ବୋଲି ସାଇବର ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।