୨ ମାସରେ ୬୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ

୨ ମାସରେ ୬୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ

୨ ମାସରେ ୬୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ୬୦୦ ଥର ଅସ୍ତ୍ରବିରତି ଉଲ୍ଲଘଂନ କରିଛି । ଭାରତର କଡ଼ା ତାଗିଦା ସତ୍ତ୍ୱେ ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା ନିକଟ ସାଧାରଣ ଜନବସତି ଉପରକୁ ଗୁଳିଗୋଳା ଓ ମୋଟାର ମାଡ଼ କରିଚାଲିଛି । ଶୁକ୍ରବାର ଭାରତୀୟ ସେବା କହିଛି ଯେ ଦୁଇ ଦେଶର ଡିଜିଏମଓ ସ୍ତରୀୟ କଥାବାର୍ତ୍ତା କାଳରେ ପାକିସ୍ତାନକୁ ଅସ୍ତ୍ରବିରତି ଉଲ୍ଲଘଂନରୁ ଦୂରେଇ ରହିବାକୁ ବାରମ୍ବାର କୁହାଯାଇଛି । ଆସନ୍ତା ୧୪ ରୁ ୧୯ ତାରିଖ ପର୍ଯ୍ୟନ୍ତ ସେନା କମାଣ୍ଡରଙ୍କ ବୈଠକ ଅନୁଷ୍ଠିତ ହେବ । ସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ନିୟନ୍ତ୍ରଣ ରେଖା ଓ ଚୀନ ସୀମାରେ ପ୍ରସ୍ତୁତି ସମୀକ୍ଷା ବୈଠକରେ ନିୟନ୍ତ୍ରଣ ରେଖା ଓ ଚୀନ ସୀମାରେ ସେନା ପ୍ରସ୍ତୁତି ସମୀକ୍ଷା କରାଯିବ ।