ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆଜି
ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆଜି
admin
Jul 26, 2019 - 08:44
Updated: Jul 26, 2019 - 08:44
ବାଙ୍ଗାଲୋର: ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ବିଏସ ୟେଦୁରପ୍ପା ଶପଥ ଗ୍ରହଣ କରିବେ । ଏନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । କୁହାଯାଉଛି, ଆଜି ସଂଧ୍ୟା ୬ଟାରେ ୟେଦୁରପ୍ପା ଶପଥ ଗ୍ରହଣ କରିବେ । ଗତ ମଙ୍ଗଳବାର ଦିନ ଅନେକ ଟ୍ରାଜିକ ପରେ ରାଜ୍ୟରେ କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିଥିଲା । ଏବେ ୟେଦୁରପ୍ପା ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ରାଜ୍ୟ ବିଧାନସଭାରେ ହୋଇଥିବା ଫ୍ଲୋର ଟେଷ୍ଟରେ ଭାରତୀୟ ଜନତା ପାର୍ଟି ବହୁମତ ଲାଭ କରିଥିଲା । ଦଳ ମ୍ୟାଜିକ ନମ୍ବର ଛୁଇଁଥିଲା । ଏହି ଟେଷ୍ଟରେ କଂଗ୍ରେସ-ଜେଡିଏସ ମେଂଟକୁ ୯୯ଟି ଭୋଟ ମିଳିଥିବା ବେଳେ ବିଜେପି ଖାତାରେ ୧୦୫ଟି ଭୋଟ ପଡିଥିଲା । ଖବର ଏଜେନ୍ସି ଏଏନଆଇର ସୂଚନାନୁସାରେ ୟେଦୁରପ୍ପା ଆଜି ରାଜ୍ୟପାଳଙ୍କୁ ଭେଟିବାକୁ ଯିବା ସହ ସରକାର ଗଠନ ଲାଗି ଦାବି ଜଣାଇଛନ୍ତି । ଏହାସହ ଆଜି ହିଁ ସଂଧ୍ୟାରେ ରାଜଭବନରେ ସେ ଶପଥ ଗ୍ରହଣ କରିବେ ବୋଲି କହିଛନ୍ତି । ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟିବା ପରେ ରାଜଭବନରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି ା ଏଥିରେ ଆଜି ସଂଧ୍ୟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ସହ ଆଶନ୍ତା ୩୧ରେ ୟେଦୁରପ୍ପାଙ୍କୁ ଫ୍ଲୋର ଟେଷ୍ଟର ସାମ୍ନା କରିବାକୁ ପଡିବ ବୋଲି କୁହାଯାଇଛି ା