କଳାହାଣ୍ଡି ଉର୍ଲାଦାନି ଅଞ୍ଚଳରେ ମାଓ ପୋଷ୍ଟର

କଳାହାଣ୍ଡି ଉର୍ଲାଦାନି ଅଞ୍ଚଳରେ ମାଓ ପୋଷ୍ଟର

କଳାହାଣ୍ଡି ଉର୍ଲାଦାନି ଅଞ୍ଚଳରେ ମାଓ ପୋଷ୍ଟର
କଳାହାଣ୍ଡି: କଳାହାଣ୍ଡି ଉର୍ଲାଦାନି ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଜଳ ,ଜମି ଓ ଜଙ୍ଗଲ ଅଧିକାର ପାଇଁ ଏକଜୁଟ ହୋଇ କାର୍ୟ୍ୟ କରିବାକୁ ଉଲ୍ଲେଖ ରହିଛି । ସୂଚନାନୁସାରେ, ଆଗକୁ ରହିଛି ବିପ୍ଲବୀ ଶହୀଦ ସପ୍ତାହ । ତେଣୁ କଳାହାଣ୍ଡି ଜିଲ୍ଲା ଉର୍ଲାଦାନି ଅଞ୍ଚଳରେ ଶହୀଦ ସପ୍ତାହକୁ ଧୁମ ଧାନରେ ପାଳନ କରିବା ସହ ସମସ୍ତ ଆଦିବାସୀଙ୍କୁ ଏକଜୁଟ ହେବାକୁ ମାଓପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଜଳ ,ଜମି ଓ ଜଙ୍ଗଲ ଅଧିକାର ପାଇଁ ଏକଜୁଟ ହେବାକୁ ସେଥିରେ ଉଲ୍ଲେଖ ରହିଛି । ଜୁଲାଇ ୨୮ରୁ ଅଗଷ୍ଟ ୩ପର୍ୟ୍ୟନ୍ତ ବିପ୍ଲବୀ ପରମ୍ପରା ଅନୁଯାୟୀ ଶହୀଦ ଦିବସକୁ ଗାଁ ଗାଁରେ ପାଳନ କରାଯାଉ । ଏହା ସହ ସମସ୍ତ ଲୋକ ଏକଜୁଟ ହୋଇ ଶହୀଦଙ୍କ ଅଧୁରା ସ୍ୱପ୍ନକୁ ପୂରା କରନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।