୨୭ରେ ଓଡ଼ିଶା ଆସିବେ କହ୍ନେୟା କୁମାର

୨୭ରେ ଓଡ଼ିଶା ଆସିବେ କହ୍ନେୟା କୁମାର

୨୭ରେ ଓଡ଼ିଶା ଆସିବେ କହ୍ନେୟା କୁମାର

ନବରଙ୍ଗପୁର: ଓଡ଼ିଶାରେ କଂଗ୍ରେସକୁ ସୁଦୃଢ଼ କରାଯିବ। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତାର ଦମ୍‌ ଦେଖାଇବ। ଯୁବ କଂଗ୍ରେସ ନେତାଙ୍କ ଆତ୍ମବିଶ୍ବାସ ବଢ଼ାଇବାକୁ ଆସିପବେ କଂଗ୍ରେସର ଫୟାର୍‌ ବ୍ରାଣ୍ଡ ନେତା କହ୍ନେୟା କୁମାର। ଡିସେମ୍ବର ୨୭ରେ ଓଡିଶା କହ୍ନେୟା। ତାଙ୍କ ସହିତ ଗୁଜୁରାଟ ବିଧାୟକ ଜିଗ୍ନେସ ମେୱାନି ମଧ୍ୟ ଆସିବେ। ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏହି ଦୁଇ ନେତା ନବରଙ୍ଗପୁର ଗସ୍ତ କରି ନୂତନ ମଣ୍ଡେଇ ପଡିଆ ଠାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଯୋଗ ଦେବେ । ଏନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ସୂଚନା ଦେଇଛନ୍ତି । ଏହାସହ ଛତିଶଗଡ଼ ମନ୍ତ୍ରୀ କାୱାସି ଲଖମା, ସିଡବ୍ଲ୍ୟୁସି ସଦସ୍ୟ ଭକ୍ତ ଦାଶ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ଅନ୍ୟ ବରିଷ୍ଠ ନେତା କାର୍ୟ୍ୟକ୍ରମ ରେ ଯୋଗ ଦେବେ ।

ଏହି କାର୍ୟ୍ୟକ୍ରମରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ମିଶ୍ରଣ ପର୍ବରେ ବିଭିନ୍ନ ନେତା କଂଗ୍ରେସ ଦଳରେ ଯୋଗ ଦେବେ ।