ସି-୧୭ ବିମାନରେ କାବୁଲରୁ ଭାରତ ଆସିଲେ ୧୬୮ ଯାତ୍ରୀ, ୧୦୭ ଭାରତୀୟ ନାଗରିକ ଅଛନ୍ତି

ସି-୧୭ ବିମାନରେ କାବୁଲରୁ ଭାରତ ଆସିଲେ ୧୬୮ ଯାତ୍ରୀ, ୧୦୭ ଭାରତୀୟ ନାଗରିକ ଅଛନ୍ତି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଆତଙ୍କର ପରିବେଶରୁ ଉଦ୍ଧାର ପାଇ ଭାରତରେ ପହଞ୍ଚିଛନ୍ତି ୧୬୮ ଯାତ୍ରୀ। ଆଜି ସକାଳେ ଭାରତୀୟ ବାୟୁସେନାର ସି-୧୭  ସ୍ବତନ୍ତ୍ର ବିମାନ ଏହି ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଗାଜିଆବାଦର ହିନ୍ଦୋନ ଭାରତୀୟ ବାହୁସେନା ଏୟାର ବେସ୍ରେ ଅବତରଣ କରିଛି। ଏଥିରେ ଥିବା  ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ୧୦୭ ଜଣ ଭାରତୀୟ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ହଜାର ହଜାର ଆଫଗାନ୍ ନାଗରିକ ତାଲିବାନର ଆତଙ୍କରାଜରୁ ମୁକୁଳିବାକୁ ଚାହିଁଛନ୍ତି। ରବିବାର ଏମିତି ହଜାର ହଜାର ଆଫଗାନ ନାଗରିକ କାବୁଲ୍ ଏୟାରପୋର୍ଟ ନିକଟରେ ଭିଡ଼ ଜମାଇଥିଲେ। ତେବେ ଆମେରିକା ଆର୍ମି ସମସ୍ତଙ୍କୁ ସେଠାରୁ ଉଦ୍ଧାର କରିବା ସମ୍ଭବ ନୁହେଁ ବୋଲି କହିଛି। ଅନ୍ୟପକ୍ଷରେ ଗତକାଲି ୮୭ ଜଣ ବିଦେଶୀ ନାଗରିକ ଶନିବାର କାବୁଛାଡ଼ି ତାଜିକ୍ସ୍ତାନ ହୋଇ ଭାରତରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ନେବାଳ ନାଗରିକ ଥିବା ଜଣାପଡ଼ିଛି। ଭାରତୀୟ ବିଦେଶ ମନ୍ତ୍ରଣାୟରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ବାୟୁସେନାର ଏକ ବିମାନ ରବିବାର ସକାଳେ ଗାଜିଆବାଦର ହିନ୍ଦୋନ ଏୟାରବେସ୍ରେ ଅବତରଣ କରିଛି। ସମସ୍ତ ନାଗରିକ ସୁରକ୍ଷିତ ଅଛନ୍ତି। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗ୍ଚି କହିଛନ୍ତି ଭାରତ ସରକାର ଅନୁମତି ଦେଇଛନ୍ତି ଯେ ପ୍ରତିଦିନ ଦୁଇଟି ବିମାନ କାବୁଲରୁ ଭାରତ ଉଡ଼ାଣ କରିବ। ଏଥିରେ ସେଠାରେ ଥବା ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ଅଣାଯିବାକୁ ଚେଷ୍ଟା କରାଯାଉଛି।