କରୋନା ଭଲ କରୁଥିବା କ୍ଲୋରୋକୁଇନ ଖାଇଲେ ହେଉଛି ହୃଦରୋଗର

କରୋନା ଭଲ କରୁଥିବା କ୍ଲୋରୋକୁଇନ ଖାଇଲେ ହେଉଛି ହୃଦରୋଗର

କରୋନା ଭଲ କରୁଥିବା କ୍ଲୋରୋକୁଇନ ଖାଇଲେ ହେଉଛି ହୃଦରୋଗର
କରୋନା ଭାଇରସ ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କୁ ଆରୋଗ୍ୟ କରିବା ପାଇଁ କ୍ଲୋରୋକୁଇନ ଔଷଧ ଉପଯୋଗୀ କି ନାହିଁ, ତାହା ଜାଣିବା ଉଦ୍ଦେଶ୍ୟରେ ବ୍ରାଜିଲରେ କିଛି ଗବେଷକ ପରୀକ୍ଷା ନିରୀକ୍ଷା କରିଥିଲେ । ମାତ୍ର କ୍ଲୋରୋକୁଇନ ସେବନ ପରେ କିଛି ରୋଗୀଙ୍କର ହୃଦଜନିତ ସମସ୍ୟା ଦେଖାଦେବା ଏବଂ ସେମାନେ ପ୍ରାଣ ହରାଇବା ପରେ ସେଠାରେ ଏଭଳି ପ୍ରୟୋଗ ବନ୍ଦ କରି ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ବ୍ରାଜିଲର ମାନାଉସ ସହରରେ ୪୪୦ ଜଣ ରୋଗୀଙ୍କ ଉପରେ ଏଭଳି ପ୍ରୟୋଗ କରାଯିବାର ଯୋଜନା କରାଯାଇଥିଲା । ସେମାନଙ୍କୁ କେତେକ ଗ୍ରୁପରେ ବିଭକ୍ତ କରାଯାଇଥିଲା  । ଗୋଟିଏ ଗ୍ରୁପରେ ୮୧ ଜଣ ରୋଗୀ ଥିଲେ । ସେମାନଙ୍କୁ ୬୦୦ ମିଲିଗ୍ରାମର କ୍ଲୋରୋକୁଇନର ଡୋଜକୁ ଦୈନିକ ଦୁଇ ଥର ସେବନ କରିବା ପାଇଁ ଦିଆଯାଇଥିଲା । ଏବଂ ଏପରି ୧୦ ଦିନ ପାଇଁ କରିବାକୁ କୁହାଯାଇଥିଲା । କିନ୍ତୁ ସେମାନଙ୍କ ଭିତରୁ ଏକ ଚତୁର୍ଥାଂଶ ବ୍ୟକ୍ତିଙ୍କର ଏହା ଯୋଗୁଁ ହୃଦଜନିତ ସମସ୍ୟା ବାହାରିଥିଲା । ସେମାନଙ୍କ ଭିତରୁ ଅନେକ ମଧ୍ୟ ପ୍ରାଣ ହରାଇଥିଲେ । କ୍ଲୋରୋକୁଇନ ସେବନ ଯୋଗୁଁ ହୃତସ୍ପନ୍ଦନରେ ଆକସ୍ମିକ ବୃଦ୍ଧି ହୋଇ ମୃତ୍ୟୁ ହେବା ସମ୍ପର୍କରେ ଆଗରୁ ବି ଜଣାଅଛି । କିନ୍ତୁ ଆମେରିକାରେ କ୍ଲୋରୋକୁଇନ ସେବନ ପରେ ଏଭଳି ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଲେ ତାଙ୍କୁ ଏହାର ଆହୁରି ହେଭିଡୋଜ ଦିଆଯାଇ ଚିକିତ୍ସା କରାଯାଇଥାଏ । ତେବେ ବ୍ରାଜିଲରେ ଏହି ଘଟଣା ପରେ ଉକ୍ତ ଗ୍ରୁପରେ ପରୀକ୍ଷା ନିରୀକ୍ଷା ବନ୍ଦ କରି ଦିଆଯାଇଅଛି । ମାତ୍ର ଅନ୍ୟ ଏକ ଗ୍ରୁପରେ ଥିବା ରୋଗୀଙ୍କୁ ପ୍ରଥମ ଦିନ ୪୫୦ ଗ୍ରାମର କ୍ଲୋରୋକୁଇନକୁ ଦୁଇଥର ଏବଂ ୪ ଦିନ ଦୈନିକ ଥରେ ଲେଖାଏଁ ସେବନ କରିବାକୁ ଦିଆଯାଇଥିଲା । କିନ୍ତୁ ଏହାର ଫଳାଫଳ ଆମେରିକା ଓ ୟୁରୋପରେ କରାଯାଉଥିବା ପରିଣାମ ସହ ମିଶୁଛି ବୋଲି ଦାବି କରାଯାଉଛି । ବ୍ରାଜିଲରେ କେବଳ ଜଣେ କରୋନା ରୋଗୀ କ୍ଲୋରୋକୁଇନ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି ।