ସାମ୍ବାଦିକଙ୍କ ଉପରେ ବଳ ପ୍ରୟୋଗ ନକରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ସାମ୍ବାଦିକଙ୍କ ଉପରେ ବଳ ପ୍ରୟୋଗ ନକରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ସାମ୍ବାଦିକଙ୍କ ଉପରେ ବଳ ପ୍ରୟୋଗ ନକରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ସାମ୍ବାଦିକ କିମ୍ବା ରାଜନୈତିକ ବିଚାରକୁ ଚପାଇବା ଲାଗି ରାଜ୍ୟ ସରକାର ବଳ ପ୍ରୟୋଗ କରିବା ଉଚିତ ନୁହେଁ। ଏମିତି ପରାମର୍ଶ ଦେଇଛନ୍ତି ସୁପି୍ରମକୋର୍ଟ । ଏଥିସହ ସୁପି୍ରମକୋର୍ଟ ଏକଥା ମଧ୍ୟ କହିଛନ୍ତି କି ରାଜନୈତିକ ବର୍ଗ ଦେଶ ସମ୍ମୁଖରେ ରଖୁଥିବା ନିଜର ମତ କିମ୍ବା ବିଚାରକୁ ଭଲ ଭାବେ ଆତ୍ମନିରୀକ୍ଷଣ କରିବା ଉଚିତ ।

ସେହିଭଳି ଆଜିର ଏହି ଟୁଇଟର ଯୁଗରେ ସାମ୍ବାଦିକଙ୍କ ଦାୟିତ୍ୱ ରହିଛି ଏବଂ ଏହାକୁ ଧ୍ୟାନରେ ରଖି ସେମାନେ କରିବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ  କହିଛନ୍ତି । ପଶ୍ଚିମବଙ୍ଗରେ ଦଙ୍ଗା ସମ୍ପର୍କିତ ଖବର ପ୍ରକାଶନକୁ ନେଇ ଏକ ନୁ୍ୟଜ ପୋର୍ଟାଲରେ ସମ୍ପାଦକ ଓ ଅନ୍ୟମାନଙ୍କ ବିରୋଧରେ ରୁଜୁ ଏଫଆଇଆର ରଦ୍ଦ କରିବା ଅବସରରେ ବିଚାରପତି ଏସ କେ କୌଲ ଏବଂ ଏମ ଏମ ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମତାମତ ଦେଇଛନ୍ତି ।