ସାଉଥ ମୁମ୍ବାଇରେ ଫାଟିଲା ଗ୍ୟାସ ଟାଙ୍କି, ୧୬ ଆହତ

ସାଉଥ ମୁମ୍ବାଇରେ ଫାଟିଲା ଗ୍ୟାସ ଟାଙ୍କି, ୧୬ ଆହତ

ସାଉଥ ମୁମ୍ବାଇରେ ଫାଟିଲା ଗ୍ୟାସ ଟାଙ୍କି, ୧୬ ଆହତ
ମୁମ୍ବାଇ : ସାଉଥ ମୁମ୍ବାଇର ଲାଲବାଗରେ ଏକ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଛି । ଏକ ଜନବହୁଳ ଅଞ୍ଚଳରେ ଘଟିଥିବା ବିସ୍ଫୋରଣ ଘଟି ୧୬ ଜଣ ଲୋକ ଆହତ ହୋଇଛନ୍ତି । ଦୁଇଟି ଦମକଳ ଏବଂ ଦୁଇଟି ବଡ ଟ୍ୟାଙ୍କର ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଲାଲବାଗରେ ରହିଥିବା ଆପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିଲା । ନିଆଁ ବ୍ୟାପିବା ସହିତ ଏକ ଏଲପିଜି ସିଲିଣ୍ଡରରେ ବିସ୍ଫୋରଣ ଘଟିଥିଲା । ସନ୍ଧ୍ୟା ୭.୨୩ରେ ନିଆଁ ଲାଗିଥିବା ବେଳେ ୩୦ ମିନିଟରେ ଅଗ୍ନିଶମ ବିଭାଗ ପହଞ୍ଚିଥିଲା । ୧୨ ଜଣ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କେଇଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୪ ଜଣଙ୍କୁ ପରେଲ ସ୍ଥିତ ଗ୍ଲୋବାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।