ମାୟା ବାହା ହୋଇନାହାନ୍ତି ପରିବାର କଣ ଜାଣିବେ: ଅଠାୱେଲେ

ମାୟା ବାହା ହୋଇନାହାନ୍ତି ପରିବାର କଣ ଜାଣିବେ: ଅଠାୱେଲେ

ମାୟା ବାହା ହୋଇନାହାନ୍ତି ପରିବାର କଣ ଜାଣିବେ: ଅଠାୱେଲେ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ମେଂଟର ସହଯୋଗୀ ରାମଦାସ ଅଠାୱେଲେ ଶୁକ୍ରବାର ବସପା ମାୟାବତୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ମାୟାବତୀ ଟିପ୍ପଣୀ ଦେଉଛନ୍ତି । କାରଣ ମାୟାବତୀ ନିଜେ ବାହା ହୋଇ ନାହାନ୍ତି ତେଣୁ ପରିବାର କଣ ତାଙ୍କୁ ଏକଥା ଜଣା ନାହିଁ ବୋଲି କହି କଟାକ୍ଷ କରିଛନ୍ତି ଅଠାୱେଲେ । ସେ ଆହୁରି ମଧ୍ୟ କହିଛନ୍ତି ମାୟାବତୀ ଯଦି ବିବାହ କରିଥାନ୍ତେ ତେବେ ଜାଣିଥାନ୍ତେ ସ୍ୱାମୀଙ୍କୁ କିପରି ସମ୍ଭଳା ଯାଏ । ମୁଁ ମାୟାବତୀଙ୍କୁ ଇଜ୍ଜତ କରୁଛି , କିନ୍ତୁ ସେ ଏଭଳି କଥା କହିବା ଆଦୌ ଉଚିତ ନୁହେଁ । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ମାୟାବତୀ ମୋଦୀଙ୍କୁ କଟାକ୍ଷ କରି କହିଥିଲେ ଯେ, ସେ ମା ଓ ଭଉଣୀଙ୍କର ଇଜ୍ଜତ କରିବା ଜାଣନ୍ତିନି । ମୋଦି ରାଜନୈତିକ ଲାଭ ପାଇଁ ନିଜ ସ୍ତ୍ରୀଙ୍କୁ ଛାଡି ଦେଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।