ଗୁଜୁରାଟ ମୁହାଁ ବାତ୍ୟା ବାୟୁ

ଗୁଜୁରାଟ ମୁହାଁ ବାତ୍ୟା ବାୟୁ

ଗୁଜୁରାଟ ମୁହାଁ ବାତ୍ୟା ବାୟୁ
ନୂଆଦିଲ୍ଲୀ:ଆରବ ସାଗରରେ ଏକ ବାତ୍ୟା ଦାନା ବାନ୍ଧିଲାଣି । ସମ୍ଭାବ୍ୟ ବାତ୍ୟା ଗୁଜୁରାଟକୁ ମୁହାଁଇବା ସମ୍ଭାବନା ଅଛି । ଗୁଜୁରାଟ ମୁହାଁ ବାତ୍ୟା ବାୟୁ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାକୁ ଯାଉଛି । ୧୩ ତାରିଖ ସକାଳେ ଗୁଜୁରାଟ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ପୋରବନ୍ଦର, ମହୁବା ମଧ୍ୟରେ ଗୁଜୁରାଟ ତଟ ଦେଇ ବାତ୍ୟା ବାୟୁ ଅତିକ୍ରମ କରିବ । ବାତ୍ୟା ବାୟୁ ଅତିକ୍ରମ କରିବା ସମୟରେ ପବନର ବେଗ ଘଂଟା ପ୍ରତି ୧୧୦ ରୁ ୧୨୦ କିମି ରହିବାର ସମ୍ଭାବନା ରହିଛି । ଲାକ୍ଷାଦୀପ, କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବର୍ଷା ହେବାର ସମ୍ଭାବନା ଅଛି । ୧୩ ତାରିଖ ପର୍ଯ୍ୟନ୍ତ ଆରବ ସାଗରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।